ଆଜିଠାରୁ ନାଇଟ୍‌ କର୍ଫ୍ୟୁ ଲାଗୁ କଲେ ରାଜ୍ୟ ସରକାର

ପୂଜା ପାଇଁ ନାଇଟ୍‌ କର୍ଫ୍ୟୁ କୋହଳ କରିଥିଲେ ରାଜ୍ୟ ସରକାର ।

(କୋଲକତା) : ପୂଜା ପାଇଁ ନାଇଟ୍‌ କର୍ଫ୍ୟୁ କୋହଳ କରିଥିଲେ ରାଜ୍ୟ ସରକାର । କିନ୍ତୁ ସଂକରଣଙ୍କୁ ଦୃଷ୍ଟିରେ ରଖି ଗୁରୁବାରଠୁ ନାଇଟ୍‌ କର୍ଫ୍ୟୁ ଲାଗୁ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁଯାୟୀ , ପୂଜା ପାଇଁ ରାଜ୍ୟ ପ୍ରଶାସନ କିଛି ରିହାତି ଦେଇଥିଲା । ରେଷ୍ଟୁରାଣ୍ଟ, ବାର ଏବଂ ଅନ୍ୟାନ୍ୟ ଦୋକାନ ବିଳମ୍ବିତ ରାତିଯାଏ ଖୋଲା ରହିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ପୂଜା ସମୟରେ ସ୍ୱାସ୍ଥ୍ୟ ନିୟମ ପାଳନ ନକରି ଲୋକମାନେ ବାହାରକୁ ଗଲେ ସଂକ୍ରମଣ ହାର ବଢିପାରେ ବୋଲି ଡାକ୍ତର ଏବଂ ବିଶେଷଜ୍ଞମାନେ ପୂର୍ବରୁ ଚେତାବନୀ ଦେଇଥିଲେ । ପୂଜାଠାରୁ ପ୍ରାୟ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୭୦୦ ଅତିକ୍ରମ କରିଛି । ରାଜ୍ୟ ପ୍ରଶାସନ ଅନୁଭବ କରୁଛି ଯେ ରାଜ୍ୟରେ ସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣ ବାହାରକୁ ଯାଇନାହିଁ ।