ପୁରୀ: ରତ୍ନଭଣ୍ଡାର ଚାବି ପରେ ହଜିଛି ଶ୍ରୀମନ୍ଦିର ପ୍ରଶାସନ ଦୁଇଟି ଫାଇଲ । ଏ ନେଇ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆ ଯାଇଛି । ଏହା ଏକ ସରକାରୀ ଷଡ଼ଯନ୍ତ୍ର ବୋଲି ଏଫଆଇଆର ଉଲ୍ଲେଖ ରହିଥିବା ବେଳେ ଘଟଣାର ତଦନ୍ତ ପାଇଁ ଦାବି କରିଛି ଜଗନ୍ନାଥ ସେନା । ପୂବରେୁ ରତ୍ନଭଣ୍ଡାରର ଚାବି ହଜିଥିବା ବେଳେ ଏବେ ଫାଇଲ ହଜିଥିବା ଘଟଣା ନେଇ ଅନେକ ପ୍ରଶ୍ନ ଉଠୁଛି । ଏହି ଦୁଇଟି ଫାଇଲ ହାଇକୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ରିପୋର୍ଟ ଦାଖଲ ନିମନ୍ତେ ଆବଶ୍ୟକତା ରହିଛି । ଦୁଇଟି ଫାଇଲ ଏବେ କେଉଁଠି ରହିଛି ତାକୁ ପ୍ରାଥମିକତା ଭିତିରେ ଖୋଜିବା ପାଇଁ ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି ବିଭାଗର ସମସ୍ତ ଶାଖାକୁ ଚିଠି ଲେଖିଥିବା ବେଳେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ।