ପ୍ରତିଷ୍ଠିତ ବ୍ୟବସାୟୀ ତଥା ଜଣାଶୁଣା ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଉପରେ ଦୀର୍ଘ ଦନି ଧରି ନଜର ରଖିଛି ଜାତୀୟ ଯାଂଚ ଏଜେନ୍ସି । ଏସବୁ ଖବର ମଧ୍ୟରେ ଅନୀଲଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କ ନାମରେ ଆସିଛି ସାଂଘାତିକ ଦୁର୍ନୀତି ଅଭିଯୋଗ । ଏବଂ ଏ ଅଭିଯୋଗ ଅନୁଯାୟୀ ଅନମୋଲଙ୍କ ନାମରେ ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ ସହ ୨୨୮ କୋଟି ଟଙ୍କା କାରବାର ତଥା ହେରଫେର୍ ହୋଇଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଚି ଏହି ମାମଲାରେ ରିଲିୟାନ୍ସ ହୋମ୍ ଫାଇନାନ୍ସ ଲିମିଟେଡ ସହ ଜଡିତ ରୂଣ ଯୋଡା ହୋଇଛି । ତେବେ ଚାଲନ୍ତୁ ନଜର ପକାଇବା ଏହି ମାମଲା ନେଇ ଅନମୋଲଙ୍କ ଉପରେ କଣ ଆରୋପ ହୋଇଛି । ୟୁନିୟନ ବ୍ୟାଙ୍କର ଅଭିଯୋଗ ପରେ ସିବିଆଇ ଅନମୋଲଙ୍କ ନାମରେ ମାମଲା ରୁଜୁ କରିଛି ଏବଂ ଅଭିଯୋଗରେ ରିଲିୟାନ୍ସ ହୋମ ଫାଇନାନ୍ସ ଲିମିଟେଡର ନିର୍ଦ୍ଦେଶକ ଭାବେ ଅନମୋଲଙ୍କ କାର୍ୟ୍ୟ ଉପରେ ପ୍ରଶ୍ନ ଉଠାଯାଇଛି । ଦ୍ୱିତୀୟତଃ ଏନେଇ ଅଭିଯୋଗ ରହିଛି କି, ରିଲିୟାନ୍ସ ହୋମ ଫାଇନାନ୍ସ ଯେଉଁ ଋଣ ଟଙ୍କାକୁ ବ୍ୟବସାୟରେ ବିନିଯୋଗ କରିବା କଥା ତାକୁ ଅନ୍ୟ ସ୍ଥାନରେ ବିନିଯୋଗ କରିଛି । ଫଳରେ ବ୍ୟାଙ୍କକୁ ୨୨୮ କୋଟି ଟଙ୍କାର କ୍ଷତି ହୋଇଛି । ପୁଣି ପୂର୍ବରୁ ରିଲିୟାନ୍ସ ହୋମ ଫାଇନାନ୍ସ ଲିମିଟେଡ ୟୁନିୟନ ବ୍ୟାଙ୍କର ମୁମ୍ବାଇ ଏସସିଏଫ୍ ବ୍ରାଞ୍ଚରୁ ୪୫୦ କୋଟି ଟଙ୍କାର କର୍ପୋରେଟ୍ ଲୋନ ନେଇଥିଲା । ଋଣର ନିୟମ ମୁତାବକ ଇଏମଆଇ, ସୁଧ ଓ ଆବଶକୀୟ କାଗଜପତ୍ର ଜମା କରିବାର ଥିଲା ।

ହେଲେ ଫରେନସିକ୍ ଅଡ଼ିଟରେ ଖୁଲାସା ହୋଇଛି କି, ଯେଉଁ ଉର୍ଦ୍ଦେଶ୍ୟରେ ଋଣ କମ୍ପାନି ନେଇଥିଲା, ସେ ଋଣ ଟଙ୍କାକୁ ସେହି ସ୍ଥାନରେ ବିନିଯୋଗ ନକରି ଅନ୍ୟ ସ୍ଥାନରେ ବିନିଯୋଗ କରିଛି । ଅର୍ଥାତ ଋଣ ଟଙ୍କାକୁ ବ୍ୟାଙ୍କର ବିନା ଅନୁମତିରେ ଅନ୍ୟ ସ୍ଥାନରେ ବ୍ୟବହାର କରାଯାଇଛି ।ଅନ୍ୟପଟେ ଗ୍ରାଣ୍ଡ ଥ୍ରୋଟନର ଫରେନସିକ୍ ରିପୋର୍ଟ ମୁତାବକ ୨୦୧୬ ରୁ ୨୦୧୯ ମଧ୍ୟରେ ଋଣ ଟଙ୍କାକୁ ଡାଇଭଟ୍ କରାଯାଇଥିଲା । ବ୍ୟାଙ୍କର ଅଭିଯୋଗ କି, କମ୍ପାନିର ନିର୍ଦ୍ଦେଶକ ବ୍ୟାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । କେବଳ ସେତିକି ନୁହେଁ କମ୍ପାନି ସମୟ ଅନୁସାରେ ଇଏମଆଇ ଦେଇନାହିଁ । ଏହି କାରଣରୁ ୨୦୧୯ ସେପ୍ଟେମ୍ବର ୩୦ ତାରିଖରେ କମ୍ପାନିର ବ୍ୟାଙ୍କ ଖାତାକୁ ଏନପିଏ ଘୋଷିତ କରାଯାଇଥିଲା । ସେପଟେ ଫଣ୍ଡ ଡାଇଭଟ୍ ବେଳେ କମ୍ପାନିର ନିର୍ଦ୍ଦେଶକ ଥିଲେ ଅନୀଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀ । ସିବିଆଇର ଅଭିଯୋଗ ହୋଛି ସେ ଜୟ ଅନମୋଲ ଋଣ ଟଙ୍କାକୁ ବ୍ୟାଙ୍କର ବିନା ଅନୁମତିରେ ଶର୍ତ୍ତର ଉଲ୍ଲଂଘନ କରିଛି । ସିବିଆଇ ତରଫରୁ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୦ ଆଧାରରେ ଅପରାଧିକ ଷଡଯନ୍ତ୍ର ଓ ଧାରା ୪୨୦ ମୁତାବକ ଠକେଇ ଭଳି ଧାରାରେ ମାମଲା ରୁଜୁ କରିଛି । ଏ ସଙ୍ଗୀନ ଅଭିଯୋଗ ଏବେ ଅନୀଲଙ୍କ ଓ ଅନମୋଲଙ୍କ ପରିବାର ଉପରେ କଳଙ୍କ ଦାଗ ଲଗାଇଛି ଏବଂ ଟଙ୍କା ହେରଫେର ମାମଲାରେ ଅନମୋଲଙ୍କ ଭାଗିଦାରୀ ପାଇଁ ଏବେ ଅନମୋଲ ଆଖିର ନିଦ ହଜିଛି ।