ବାତିଲ୍ ହେଲା ବିବାହ, ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ କରିଛନ୍ତି। ଏହା ପରେ ସେମାନେ ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ ମଧ୍ୟ କରିଛନ୍ତି। ସ୍ମୃତି କହିଛନ୍ତି, ଉଭୟ ପରିବାରର ଗୋପନୀୟତା ପାଇଁ ଆବେଦନ କରିଛନ୍ତି। ଏହି ସମୟରେ ପଲାଶ ମଧ୍ୟ ଏକ ଅଫିସିଆଲି ବିବୃତ୍ତି ଜାରି କରି ଏହାକୁ ତାଙ୍କ ପାଇଁ ଏକ କଷ୍ଟକର ସମୟ ବୋଲି ବର୍ଣ୍ଣନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ସେ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆଜି ପଲାଶ ଏବଂ ସ୍ମୃତି ସେମାନଙ୍କର ନିଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଅଫିସିଆଲି ବିବୃତ୍ତି ପ୍ରକାଶ କରିଛନ୍ତି। ବିବୃତ୍ତିରେ ଉଭୟ ସେଲିବ୍ରିଟି ସେମାନଙ୍କ ବିବାହ ଭାଙ୍ଗିଯିବା ଘୋଷଣା କରିଛନ୍ତି ଏବଂ ନିଜ ଜୀବନରେ ଆଗକୁ ବଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ବିବୃତ୍ତି ପରେ ପଲାଶ ଏବଂ ସ୍ମୃତିଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ତାଲିକା ଯାଞ୍ଚ କରିବାରୁ ପଲାଶ କିମ୍ବା ସ୍ମୃତି କେହି କାହାକୁ ଫଲୋ କରି ନାହାନ୍ତି। ଏହା ସ୍ପଷ୍ଟ ଯେ, ବିବାହ ଭାଙ୍ଗିଯିବା ନିଶ୍ଚିତ ହେବା ମାତ୍ରେ ଉଭୟ ସେଲିବ୍ରିଟି ପରସ୍ପରକୁ ଅନଫଲୋ କରିଦେଇଛନ୍ତି।

ତେବେ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଚ୍ଚଲଙ୍କ ବିବାହ ସ୍ଥଗିତ ରହିବା ନେଇ ଖୋଦ୍ ସ୍ମୃତି ଏବେ ନିଜର ନୀରବତା ଭାଙ୍ଗିଛନ୍ତି । ମନ୍ଧାନା ସୋସିଆଲ ମିଡିଆରେ ନିଜର ବିବାହ ବାତିଲକୁ ଗ୍ରହଣ କରି ଏକ ବିବୃତ୍ତି ଜାରି କରିଛନ୍ତି। ମନ୍ଧାନା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ “ବିବାହ ବାତିଲ ହୋଇଛି”।  ତେବେ କହିରଖୁଛୁ ଯେ, ମନ୍ଧାନା ଏବଂ ପଲାଶଙ୍କ ବିବାହ ନଭେମ୍ବର ୨୩ ତାରିଖରେ ହେବାର ଥିଲା କିନ୍ତୁ ବିବାହ ସମୟରେ ଜଣାପଡିଥିଲା ଯେ ମନ୍ଧାନାଙ୍କ ବାପା ଅସୁସ୍ଥ ଥିଲେ, ଯେଉଁ କାରଣରୁ ବିବାହ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ଏବେ ୧୫ ଦିନ ପରେ ଅର୍ଥାତ୍ ୭ ଡିସେମ୍ବରରେ, ମନ୍ଧାନା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ସେୟାର କରି ବିବାହ ବାତିଲକୁ ଗ୍ରହଣ କରିଛନ୍ତି ।