ବ୍ୟୁରୋ : ୯ ଦିନ ପରେ ଦୀପିକା ପାଦୁକୋନଙ୍କୁ ମିଳିଲା ଛୁଟି। ନିକଟରେ କନ୍ୟାସନ୍ତାନକୁ ଜନ୍ମ ଦେଇ ମାତୃତ୍ଵ ଲାଭ କରିଥିଲେ ଦୀପିକା। ଏବେ ପ୍ରାଥମିକ ସ୍ତରର ଟ୍ରିଟମେଣ୍ଟ ସାରିବା ପରେ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ଦୀପିକା । ତାଙ୍କର ହସପିଟାଲରୁ ବାହାରୁଥିବାର ଭିଡିଓ ଭାଇରଲ ହେଉଛି ।
ଦୀପବୀର ଉଭୟ ନିଜ କାରରେ ନବଜାତ ଶିଶୁକୁ ଧରି ହସ୍ପିଟାଲରୁ ବାହାରୁଥିବାର ଭିଡିଓ ଦେଖିବାକୁ ମିଳିଛି । ବଲିଉଡ କିଙ୍ଗ ଶାହରୁଖ ଖାନ ହସପିଟାଲରେ ଥିବା ସମୟରେ ଦୀପିକାଙ୍କ ସହିତ ଦେଖା ହୋଇଥିଲେ । ଦୀପିକା ଏବଂ ରଣବୀର ଗଣେଶ ପୂଜାର ଗୋଟେ ଦିନ ପରେ ବାପା ମା ହୋଇଛନ୍ତି । ଦୀପିକା ଶିଶୁ କନ୍ୟାକୁ ଜନ୍ମ ଦେବା ପୂର୍ବରୁ ରଣବୀରଙ୍କ ସହିତ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ । ୨୦୨୪ ଫେବୃଆରୀ ମାସରେ ଇନଷ୍ଟାରେ ଏକ ପୋଷ୍ଟ ମାଧ୍ୟମରେ ସେ ଗର୍ଭବତୀ ଥିବା କହିଥିଲେ । ଉକ୍ତ ପୋଷ୍ଟରେ ପିଲାର କପଡା, ଜୋତା ଏବଂ ବେଲୁନ ଥିଲା ଏବଂ ଲେଖାଥିଲା ସେପ୍ଟେମ୍ବର ୨୦୨୪ ।
ତେବେ ମା’ ହେବା ପରେ ଇନଷ୍ଟାଗ୍ରାମର ବାୟୋକୁ ପରିବର୍ତ୍ତନ କରିଛନ୍ତି ଦୀପିକା। ସେ ନିଜ ଇନଷ୍ଟା ବାୟୋରେ ଲେଖିଛନ୍ତି, ଖିଲାଓ, ଡକାର ଲୋ ସୋ ଯାଓ ଓ ଦୋରାତେ ରହୋ। ନିକଟରେ ଦୀପିକା ଏବଂ ରଣବୀର ଇନଷ୍ଟାଗ୍ରାମରେ ମେଟରନିଟି ଫଟୋଶୁଟ୍ ସେୟାର କରିଥିଲେ । ପ୍ରକାଶ ଥାଉ କି , ରଣବୀର ଏବଂ ଦୀପିକା ନଭେମ୍ବର ୨୦୧୮ରେ ବିବାହ କରିଥିଲେ। ବାହାଘରର ୬ ବର୍ଷ ପରେ ମା’ ହୋଇଛନ୍ତି ଦୀପିକା। ମା’ ହେବା ପରେ ଫିଲ୍ମ ‘ସିଙ୍ଘ ଏଗେନ’ରେ ନଜର ଆସିବେ ଦୀପିକା ।