ଶୀତରେ ଥରୁଛନ୍ତି ଆଫଗାନବାସୀ

କାବୁଲ: ବଢ଼ିବାରେ ଲାଗିଛି ତାଲିବାନର ସମସ୍ୟା । ଆଗକୁ ଶୀତଦିନ ଆସୁଥିବାରୁ ଚିନ୍ତାରେ ତାଲିବାନ । ଦେଶ ଚଳାଇବାକୁ ତାଲିବାନ ପାଖରେ ଟଙ୍କାର ଅଭାବ । ବଢ଼ୁଛି ଲୋକଙ୍କ ଦାରିଦ୍ରତା । ବନ୍ଧୁକ ମୁନରେ ଦେଶକୁ ଦଖଲ କରିଥିବା ତାଲିବାନ ଏବେ ସରକାର ଚଳାଇପାରୁନି । ଗୋଟିଏ ପଟେ ଦେଶର ଜନତାଙ୍କ ଉପରେ ଅତ୍ୟାଚର ବଢିଛି ଅନ୍ୟପଟେ ଅନ୍ତରାଷ୍ଟ୍ରୀୟ ସମୁଦାୟ ଆଫଗାନିସ୍ତାନକୁ ପ୍ରଦାନ କରୁଥିବା ଆର୍ଥିକ ସହାୟତା ଉପରେ ରୋକ ଲଗାଇଛନ୍ତି । ଯାହାକୁ ପୁଣି ଥରେ ଦେଶକୁ ପ୍ରଦାନ କରିବାକୁ ଅନୁରୋଧ କରିଛି ତାଲିବାନ।ତାଲିବାନ ପ୍ରବକ୍ତା ସୁହେଲ ଶାହିନ୍ କହିଛନ୍ତି ଯେ, ଦେଶରେ ଶୀତ ପଡିଲାଣି । ଅନ୍ତରାଷ୍ଟ୍ରୀୟ ସମୁଦାୟ ଅତିଶୀଘ୍ର ସାହାଯ୍ୟ କରନ୍ତୁ । ଆଉ କିଛି ଦିନ ପରେ ଶୀତର ପରିମାଣ ଅଧିକ ରହିବ । ଆଗାମୀ ଜି୨୦ ସମ୍ମିଳନୀରେ ଅନ୍ୟ ଦେଶମାନେ ଆଫଗାନିସ୍ତାନର ଦାରିଦ୍ର୍ୟ, ଦୁର୍ବଳ ବର୍ଗଙ୍କ ପାଇଁ କିଛି ସହଯୋଗ କରନ୍ତୁ ।ଏହାସହ ୧ ବିଲିୟନ ଡଲାର ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି ।