ବ୍ୟୁରୋ : ଆଫଗାନିସ୍ତାନକୁ ଭୂକମ୍ପ ଝଟକା । ଆଜି ଅପରାହ୍ନ ୧୨.୧୧ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି । ଏହାର ତୀବ୍ରତା ରେକ୍ଟର ସ୍କେଲରେ ୬.୧ ରହିଥିବା ବେଳେ ଆଫଗାନିସ୍ତାନର ଉତ୍ତର ପଶ୍ଚିମା ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ସେଣ୍ଟାର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କଛିି ଦିନ ତଳେ ଆଫଗାନିସ୍ତାନରେ ୪.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ନେପାଳ ଓ ଭାରତର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପର ଝଟକା ଦେଖିବାକୁ ମିଳିଥିଲା ।