ଭୁବନେଶ୍ୱର :ନବୀନଙ୍କ ନୂଆ ଟିମ ଘୋଷଣା ହୋଇ ସାରିଥିବା ବେଳେ ଏଥିରୁ ବାଦ୍ ପଡିନାହାନ୍ତି ତୁଷାର କାନ୍ତି ବେହେରା । ପୁଣିଥରେ ରିପିଟ୍ ହୋଇଛନ୍ତି ଶ୍ରୀ ବେହେରା । ପୂର୍ବରୁ ୫ମ ପାଳିରେ କ୍ରୀଡା ଯୁବବ୍ୟାପାର ବିଭାଗର ଦାୟିତ୍ୱ ତାଙ୍କ ପାଖରେ ଥିଲା ।ତେବେ ବର୍ତମାନ ସୁଧା ମଧ୍ୟ ନବୀନ ତାଙ୍କ ଉପରେ ଭରସା କରି ତାଙ୍କୁ କ୍ରୀଡା ଯୁବବ୍ୟାପାର ବିଭାଗ ଦେଇଛନ୍ତି । କିନ୍ତୁ ତା ଠାରୁ ବଡ କଥା ହେଉଛି ତାଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି ।ନିଜେ ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱରେ ଥିବା ବେଳେ ତାଙ୍କୁ ଡେପୁଟି ଭାବେ ଏହି ଦାୟିତ୍ୱ ମିଳିଛି । ଗତ ୩ ବର୍ଷର ଅଭିଜ୍ଞତା କୁ ଦୃଷଯଟିରେ ରଖି ତାଙ୍କୁ ଏହି ଦାୟିତ୍ୱ ମିଳିଛି ।