ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ‘ଅପା’ ସମ୍ବୋଧନ କଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : ବିଧାନସଭାରେ ଅପା ଉପାଖ୍ୟାନ। ବିଧାନସଭାରେ ବାଚସ୍ପତି ‘ଅପା’ । ଆଜି ମୌସୁମୀ ଅଧିବେଶନ ଚତୁର୍ଥ ଦିନରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ।ସୁରୁଖୁରୁରେ ଚାଲିଥିଲା ବିଧାନସଭାର ପ୍ରଶ୍ନକାଳ। ଏହି ସମୟ ରେ ନୂତନ ଭାବେ ବାଚସ୍ପତି ଦାୟିତ୍ୱ ନେଇଥିବା ପ୍ରମିଳା ମଲ୍ଲିକଙ୍କୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ‘ଅପା’ବୋଲି କହି ସମ୍ବୋଧନ କରିଥିଲେ। ଯାହାକୁ ନେଇ ନିଜ ନିଜ ସ୍ଥାନରେ ବସି ଆପତ୍ତି ଉଠାଇ ଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତି।

ବିରୋଧୀ ଆପତ୍ତି ଉଠାଇବା ପରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ମୁଁ ବହୁ ଆଗରୁ ସବୁବେଳେ ‘ଅପା’ ବୋଲି ଡାକେ। ସେଥିପାଇଁ ପାଟିରୁ ଅପା ଶବ୍ଦ ବାହାରିଗଲା। ଯଦି ଆପଣମାନେ କହୁଛନ୍ତି ତେବେ  ଅନରେବଲ ସ୍ପିକର ମ୍ୟାଡମ ଯଥା ‘ଅପା’ ବୋଲି କହି ପୁଣି ଥରେ ସମ୍ବୋଧନ କରିଥିଲେ କୃଷି ମନ୍ତ୍ରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହା ପରେ ବାଚସ୍ପତି କହିଥିଲେ ବିଷୟ ଉପରେ କୃଷି ମନ୍ତ୍ରୀ କୁହନ୍ତୁ। ବେଶ କିଛି ସମୟ ପାଇଁ ରୋଚକ ସ୍ଥିତି ଦେଖାଦେଇଥିଲା। ଏପଟେ ବିଷୟ ଉପରେ କୃଷିମନ୍ତ୍ରୀ କୁହନ୍ତୁ ବୋଲି କହିଥିଲେ ବାଚସ୍ପତି।