(ମୁମ୍ବାଇ) : ଓସ୍କାର ଆୱାର୍ଡ ଉପରେ ସାରା ବିଶ୍ୱର ନଜର ଥାଏ। ଏବେ ବଲିଉଡ ଅଭିନେତ୍ରୀ କାଜୋଲ ଓସ୍କାର ପ୍ୟାନେଲରେ ସାମିଲ ହେବେ। ଏଥିପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଇଛି। ଅଭିନେତ୍ରୀ କାଜୋଲଙ୍କୁ ମଙ୍ଗଳବାର ଦ ଏକାଡେମି ଅଫ୍ ମୋଶନ ପିକ୍ଚର ଆର୍ଟସ ଆଣ୍ଡ ସାଇନ୍ସେଜ ତାଫରୁ ଜାରି କରାଯାଇଥିବା ୨୦୨୨ର କ୍ୟାଟେଗୋରୀ ପାଇଁ ଅତିଥି ତାଲିକାରେ ନୋମିନେଟ୍ କରାଯାଇଛି। ଯେଉଁଠି ପାଇଁ ସ୍ୱାମୀ ଅଭିନେତା ଅଜୟ ଦେବଗନ ଟ୍ୱିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ତେବେ କେବଳ କାଜୋଲଙ୍କ ବ୍ୟତୀତ ସାଉଥ ଫିଲ୍ମ ଅଭିନେତା ସୂର୍ଯ୍ୟାଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି। ସୂର୍ଯ୍ୟା ଏଭଳି ଜଣେ ପ୍ରଥମ ସାଉଥ ଅଭିନେତା ଯାହାକୁ ଓସ୍କାର ପ୍ୟାନେଲରେ ସାମିଲ ହେବାକୁ ଡକାଯାଇଛି। ଚଳିତ ବର୍ଷ ୩୯୭ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି। କାଜୋଲ ଓ ସୂର୍ଯ୍ୟାଙ୍କ ବ୍ୟତୀତ ଫିଲ୍ମ ନିର୍ମାତା ସୁଷ୍ମିତ ଘୋଷ, ରିଣ୍ଟୁ ଥମସ ଓ ରିମା କାଗତିଙ୍କ ନାଁ ମଧ୍ୟ ଏଥିରେ ସାମିଲ ଅଛି।
ପୂର୍ବରୁ ଏହି ପ୍ୟାନେଲରେ ଆମୀର ଖାନ୍, ଅମିତାଭ ବଚ୍ଚନ, ଶାହାରୁଖ ଖାନ୍, ବିଦ୍ୟା ବାଲନ ଓ ସଲମାନ ଖାନ୍ ସାମିଲ ହୋଇସାରିଛନ୍ତି। ଏକାଡେମୀର ବୟାନ ଅନୁଯାୟୀ, “୨୦୨୨ ଓସ୍କାର ଆୱାର୍ଡ ପ୍ୟାନେଲରେ ସଦସ୍ୟତା ଭାବେ ଯୋଗଦେବାକୁ ଆମନ୍ତ୍ରିତ ହୋଇଥିବା ଲୋକଙ୍କ ମଧ୍ୟରୁ ୪୪% ମହିଳା ଅଛନ୍ତି।