ମା’ ବାପା ବହୁତ ହୋଇଗାଲା, ସମସ୍ତେ ବହୁତ ଚିନ୍ତାରେ ଅଛ । ତୁମେମୋନେ ମଧ୍ୟ ମୋ ପାଇଁ ଅନେକ ଚିନ୍ତାରେ । ମୁଁ ଜାଣିଛି ଯେ ଗତ ୨ ବର୍ଷ ଧରି ମୁଁ ଯେଉଁ ଯୁଦ୍ଧ ଲଢୁଛି । ରାହୁଲ ନବଲାନୀ ମୋ ସହ ବହୁତ ଖାରାପ କାମ କରିଛି । ମୁଁ ତାହା କାହା ଅଗରେ ବି କହିପାରିବି ନାହିଁ । କେଉଁଭଳି ଭାବେ ମୋତେ ଶୋଷଣ କରାଯାଇଥିଲା । ମୋତେ ମାନସିକ ଆଉ ଶାରିରୀକ ଭାବେ ଶୋଷଣ କରାଯାଇଥିଲା । ସେ ଶେଷରେ କହିଥିଲା- ମୋ ବିବାହ କରାଇଦେବ ନାହିଁ ଶେଷରେ ସେ କରି ଦେଖାଇଦେଲା । ମୁଁ ଗୋଟିଏ ଭଲ ଝିଅ ହୋଇପାରିଲି ନାହିଁ ।
I am Sorry….
ଇଏ ଥିଲା ଛୋଟପଦରାର ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ସୂଈସାଇଡ ନୋଟ । ନୂଆ କରି ଅଭିନୟ ଜୀବନ ଆରମ୍ଭ କରୁଥିଲେ ଓ କଳା ଦୁନିଆରେ ଅନେକ କିଛି କରିବା ପାଇଁ ହୁଏତ ସ୍ୱପ୍ନ ମଧ୍ୟ ଦେଖିଥିବେ । ହଠାତ କିନ୍ତୁ ଲିଭିଯାଇଛି ନାୟିକାଙ୍କ ଜୀବନ ଦୀପ । ସବୁଦିନ ପାଇଁ ଆଖି ବୁଝିଛନ୍ତି ଏହି ଅଭିନେତ୍ରୀ । ରବିବାର ଇନ୍ଦୋର ସ୍ଥିତି ତାଙ୍କ ବାସଭବନରୁ ମିଳିଥିଲା ତାଙ୍କର ଝୁଲନ୍ତା ଶବ । ଘଟଣାସ୍ଥଳରେ ପୁଲିସ ପହଁଚି ଯାଂଚ କରୁଛି ଓ ଏବେ ହାତରେ ଲାଗିଛି ସୁଇସାଇଡ ନୋଟ୍ । ତେବେ ନୋଟରେ ଲେଖାଥିବା ରାହୁଲ ଓ ଦିଶା ହେଉଛନ୍ତି ବୈଶାଳୀଙ୍କ ପଡୋଶୀ । ଇନ୍ଦୋରର ଜଣେ ଜଣାଶୁଣା ବ୍ୟବସାୟୀ ।
ଘର ଲୋକ ଅଭିଯୋଗ କରିଛନ୍ତି କିଛି ଦିନ ପରେ ବୈଶାଳୀଙ୍କ ବାହାଘର ହୋଇଥାନ୍ତା ଓ ଏହି ସମୟରେ ରାହୁଲ ବୈଶାଳୀକୁ ବହୁତ ହଇରାଣ ହରକତ କରୁଥିଲା । ତେଣୁ ବାଧ୍ୟ ହୋଇ ସେ ଆତ୍ମହତ୍ୟା କରିଛନ୍ତି । ପୋଲିସ ବୈଶାଳୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବାବେଳେ ପୋଷ୍ଟମର୍ଟମ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି । ତେବେ ଏନେଇ ପାଖ ପଡ଼ୋଶୀ ଓ ସାଙ୍ଗସାଥୀଙ୍କୁ ଅଧିକ ପଚରାଉଚରା କରୁଛି ପୋଲିସ ।
ରାହୁଲ ଓ ଦିଶା ବୈଶାଳୀକୁ କାହିଁକି ଦେଉଥିଲେ ନିର୍ୟାତନା ? କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତିକୁ ବାଛିନେଲେ ବୈଶାଳୀ ? ନା ଆଉ କିିଛି ରହିଛି ବୈଶାଳୀଙ୍କ ମୃତ୍ୟୁର କାରଣ ? ଏପରି ଅନେକ ପ୍ରଶ୍ନର ଉତର ଖୋଜୁଛି ଇନ୍ଦୋର ପୋଲିସ । ତେବେ ମିଳିଥିବା ସୁଇସାଇଡ଼ ନୋଟକୁ ନେଇ ତଦନ୍ତ କେଉଁଆଡ଼କୁ ମୁହାଁଉଛି ଆଗାମୀ ଦିନରେ ଜଣାପଡ଼ିବ । ବୈଶାଳୀଙ୍କ ରୁମରୁ ମିଳିଥିବା ଏହି ନୋଟକୁ ତଦନ୍ତ ଜାରି ରଖିଛି ଇନ୍ଦୋର ପୋଲିସ ।
ଆଙ୍କରିଙ୍ଗରୁ କ୍ୟାରିୟର ଆରମ୍ଭ କରିଥିଲେ ମୃତ ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କର । ୨୦୧୫ରେ ବୈଶାଳୀଙ୍କୁ ପ୍ରଥମେ ଷ୍ଟାର ପ୍ଲସର ଲୋକପ୍ରିୟ ସୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ପରେ ପରେ ସସୁରାଲ ସିମର କା, ସୁପର ସିଷ୍ଟରର୍ସ, ବିଷ ୟା ଅମୃ୍ତ, ମନମୋହିନୀ ଟୁ’ ଆଦି ସିରିୟଲରେ ଅଭିନୟ କରିଥିଲେ ବୈଶାଳୀ ।


