ଚାଲିଗଲେ ୯୪ ବର୍ଷ ବୟସ୍କ ହଲିଉଡ ଅଭିନେତା ଜୋ ତୁରକେଲ

ପରଲୋକରେ ହଲିଉଡ ଅଭିନେତା ଜୋ ତୁରକେଲ।

(ମୁମ୍ବାଇ) : ପରଲୋକରେ ହଲିଉଡ ଅଭିନେତା ଜୋ ତୁରକେଲ। ତାଙ୍କୁ ମୃତ୍ୟୁ ବେଳକୁ ୯୪ ବର୍ଷ ବୟସ ହୋଇଥିଲା। ବୟସ ଜନିତ ଅସୁସ୍ଥତା କାରଣରୁ ସେ କାର୍ଲିଫର୍ଣ୍ଣିଆର ସେଣ୍ଟ ଜନ୍ସ ହସ୍ପିଟାଲରେ ବେଶ କିଛି ଦିନ ଧରି ଚିକିତ୍ସା ହେଉଥିଲେ। ସେହିଠାରେ ହିଁ ସେ ଶେଷ ନିଃଶ୍ୱାସତ୍ୟାଗ କରିଛନ୍ତି।

ଦି ଲାଇଫ ଆଣ୍ଡ ଲିଜେଣ୍ଡ ଅଫ ୱାଟ୍ଟ ଇରପ, ସ୍କାଏ କିଙ୍ଗ, ଟେଲ୍ସ ଫର୍ମ ଦ ଡାର୍କ ସାଇଡ, ଦି ଲୋନ ରେଞ୍ଜର, ସ୍ୱାଟ ଆହମ-୧୨, ଆଇରନ ସାଇଡ, ଦି ଆଣ୍ଡି ଗ୍ରିଫଥ ଶୋ, ବେନ କେସ, ଦି ଅନ ଟଚେବୁଲ୍ସ, ଡ୍ରାଜେଣ୍ଟ, ମିଆମି ଭାରସ ଓ ବୋଞ୍ଜା ଭଳି ଲୋକପ୍ରିୟ ଟିଭି ଶୋ’ରେ ସେ କାମ କରିଛନ୍ତି। ସେ ଶେଷ ଥର ପାଇଁ ଭିଡିଓ ୧୯୯୭ରେ ବ୍ଲାଡ ରନରରେ ଭୟସ ଦେଇଥିଲେ। ଏହାପରେ ସେ ସିନେମା ଓ ଟିଭି ପରଦାରୁ ଦୂରେଇ ଯାଇଥିଲେ।

ସୂଚନାନୁଯାୟୀ , ଅଭିନୟ କ୍ୟାରିୟର ଆରମ୍ଭ ପୂର୍ବରୁ ଜୋ ତୁରକେଲ ମାତ୍ର ୧୭ ବର୍ଷ ବୟସରେ ଆମେରିକା ଆର୍ମିରେ ଯୋଗ ଦେଇଥିଲେ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ୟୁରୋପରେ କାମ କରିଥିଲେ। ତାଙ୍କ ଦେହାନ୍ତ ଖବର ସମଗ୍ର ହଲିଉଡ ଜଗତରେ ଶୋକର ଚ୍ଛାୟା ଖେଳାଇ ଦେଇଛି।