ଫିଲ୍ମ ‘ରକ୍ଷା ବନ୍ଧନ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଖିଲାଡୀ ବୟ
ନିଜର ଆଗାମୀ ଫିଲ୍ମ ‘ରକ୍ଷା ବନ୍ଧନ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଅଭିନେତା ଅକ୍ଷୟ କୁମାର ।
(ମୁମ୍ବାଇ) : ନିଜର ଆଗାମୀ ଫିଲ୍ମ ‘ରକ୍ଷା ବନ୍ଧନ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଅଭିନେତା ଅକ୍ଷୟ କୁମାର । ଫିଲ୍ମ ସମ୍ରାଟ ପୃଥ୍ୱୀରାଜ୍ର ଫ୍ଲପ୍ ହେବା ପରେ ଏବେ ଫିଲ୍ମଟି ଅଗଷ୍ଟରେ ରିଲିଜ୍ ହେବ । ଏହାର ପ୍ରଥମ ଗୀତ ମାର୍କେଟ୍କୁ ଆସି ସାରିଛି। ‘ରକ୍ଷା ବନ୍ଧନ’ରେ ଅକ୍ଷୟ କୁମାରଙ୍କ ଉପରେ ୪ଜଣ ଭଉଣୀଙ୍କର ବିବାହ ଦାୟିତ୍ୱ ରହିବ ।
ଫିଲ୍ମର ଗୀତ ଲଞ୍ଚ ସମୟରେ ଅକ୍ଷୟ କୁମାର ଟିମ୍ ସହ ପ୍ରେସ୍ କନଫ୍ରେନ୍ସରେ ପହଞ୍ଚି ଥିଲେ , ଯେଉଁଠି ତାଙ୍କୁ ଫିଲ୍ମମେକର କରଣ ଜୋହରଙ୍କ ସଂପର୍କ ଉପରେ ପ୍ରଶ୍ନ କରିଛନ୍ତି । ଏବେ ଏହା ଉପରେ ଅକ୍ଷୟ ଖୁବ୍ ଭଲ ଭାବେ ଜବାବ ମଧ୍ୟ ଦେଇ କରଣଙ୍କୁ ନିଜର ମାମୁଁ ବୋଲି କହିଛନ୍ତି।
ଅକ୍ଷୟ କୁମାରଙ୍କର ଭିଡ଼ିଓ ସେଲିବ୍ରିଟି ଫଟୋଗ୍ରାଫର ବିରଳ ଭୟାନୀ ନିଜର ଇନଷ୍ଟାଗ୍ରାମ୍ ହାଣ୍ଡେଲରୁ ସେୟାର କରିଛନ୍ତି। ଏହି ଭିଡ଼ିଓରେ ଅକ୍ଷୟଙ୍କୁ ପଚରା ଯାଏ କି , କରଣ ଆଲିଆ ଭଟ୍ଟଙ୍କୁ ଝିଅ ଓ ବରୁଣ ଧୱନଙ୍କୁ ପୁଅ ମନେକରନ୍ତି । ଆପଣଙ୍କର ତାଙ୍କ ସହ କେମିତି ସଂପର୍କ । ଅକ୍ଷୟ କୁମାରଙ୍କୁ ପଚାରିବା କ୍ଷଣି କୁହନ୍ତି ଆଛା ଏମିତି , ହଉ କିଛି ଭାବିକି ଜବାବ ଦେବା । ମୁଁ ତାଙ୍କ ସହ ୪ଟି ଫିଲ୍ମ କରି ସାରିଛି। ଏହି ହିସାବରେ ସେ ମୋର ମାମାଜୀ (ମାମୁଁ)। ମୋର ତାଙ୍କର ସଂପର୍କ ବହୁତ ଭଲ ।