ଜଗତସିଂହପୁର:- ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । କଟକରୁ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ । ଏବେ ବି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବାବେଳେ ତାକୁ ଗିରଫ ପାଇଁ ଚଢ଼ଉ ଜାରିରହିଛି । ମାମଲାର ତଦନ୍ତ ପାଇଁ ଏସ୍ପିଙ୍କ ନେତୃତ୍ୱ ଗଠନ ହୋଇଛି ୩ ଜଣିଆ ଟିମ୍ । ଜଣେ ଅଭିଯୁକ୍ତଙ୍କୁ ଗତକାଲି ରାତିରେ ପୋଲିସ ଉଠାଇ ଆଣିଥିଲା ତନାଘନା ଚଳାଇଛି ।
ସୂଚନାମୁତାବକ, ପୀଡ଼ିତା ଜଣେ ବାନ୍ଧବୀଙ୍କ ସହିତ ରାତି ପ୍ରାୟ ୮ଟା ବେଳେ ଜଣେ ସଂପର୍କୀୟଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ଜନ୍ମଦିନ କାର୍ଯ୍ୟକ୍ରମରେ ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତାରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ସେମାନଙ୍କ ବାଟ ଓଗାଳି ଥିଲେ। ସେହି ସମୟରେ ଜଣେ ଯୁବତୀ ସେଠାରୁ ଖସି ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପୀଡ଼ିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଗୁରୁତର ଅବସ୍ଥାରେ ୧୮ ବର୍ଷିୟ ଛାତ୍ରୀ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ପୀଡ଼ିତାଙ୍କର ଚିକିତ୍ସା ଚାଲିଥିବା ବେଳେ ପୀଡ଼ିତାଙ୍କ ବାପା ଏ ସଂପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ଯାଞ୍ଚ ଆରମ୍ଭକରି ଘଟଣାସ୍ଥଳରୁ ଏକ ମୋବାଇଲ୍ ଜବତ କରିଥିଲା । ଅନ୍ୟପଟେ ପୀଡ଼ିତାଙ୍କ ସହିତ ଯାଇଥିବା ତାଙ୍କର ବାନ୍ଧବୀ ଓ ବାନ୍ଧବୀଙ୍କ ମା’ଙ୍କୁ ଥାନାକୁ ଡାକି ପଚରାଉଚରା କରି ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।