ନୂଆଦିଲ୍ଲୀ:ୟୁପିଏ ଶାସନ ସମୟରେ ଭାରତ ଆସିଥିବା ପାକିସ୍ତାନୀ ସାମ୍ବାଦିକ ନୁସରତ ମିର୍ଜା ଏକ ସମ୍ବେଦନଶୀଳ ବୟାନ ଦେଇଛନ୍ତି । ସେ ୟୁଟ୍ୟୁବର୍ ଶକିଲ୍ ଚୌଧରୀଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ ୨୦୦୫ ରୁ ୨୦୧୧ ମଧ୍ୟରେ ଅନେକ ଥର ଭାରତ ଗସ୍ତ କରି ତଥ୍ୟ ସଂଗ୍ରହ କରି ଏହାକୁ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍ଆଇକୁ ପଠାଇଥିଲେ। ୨୦୦୯ ଅକ୍ଟୋବର ୨୭ରେ ଦିଲ୍ଲୀର ଓବରୟ ହୋଟେଲରେ ଆୟୋଜିତ ଆତଙ୍କବାଦ ନିରୋଧୀ ଅନ୍ତର୍ଜାତୀୟ କନଫରେନ୍ସରେ ନୁସରତ ମିର୍ଜା ଯୋଗ ଦେଇଥିଲେ। ସବୁଠୁ ବଡ କଥା ସେ ସମୟରେ ଭାରତର ଉପ ରାଷ୍ଟ୍ରପତି ଥିବା ହମିଦ୍ ଅନସାରୀ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ। ମିର୍ଜା ୨୦୧୦ ଭାରତ ଯାତ୍ରା ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ଆତଙ୍କବାଦ ଉପରେ ଏକ ସେମିନାରରେ ଯୋଗଦେବା ପାଇଁ ସେ ଭାରତରେ ପହଞ୍ଚିଥିଲେ । ତାଙ୍କୁ ତତ୍କାଳୀନ ଉପରାଷ୍ଟ୍ରପତି ହମିଦ ଅନସାରୀ ନିମନ୍ତ୍ରଣ କରିଥିଲେ। ସେ କହିଛନ୍ତି ଯେ ଶେଷ ଥର ପାଇଁ ସେ ୨୦୧୧ ରେ ଭାରତ ଗସ୍ତ କରିଥିଲେ ଏବଂ ପରେ ମିଲି ଗେଜେଟର ପ୍ରକାଶକ ଜାଫରୁଲ ଇସଲାମ ଖାନଙ୍କୁ ଭେଟିଥିଲେ। ସେ ଦାବି କରିକହିଛନ୍ତି ଯେ ସେ ଭାରତ ଗସ୍ତ ସମୟରେ ଅନେକ ତଥ୍ୟ ସଂଗ୍ରହ କରିଥିଲେ ଏବଂ ପରେ ଏହାକୁ ଆଇଏସଆଇକୁ ଦେଇଥିଲେ। ଭାରତ ଯାତ୍ରା ସମୟରେ ତାଙ୍କୁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ଵତନ୍ତ୍ର ଲାଭ ମିଳୁଥିଲା ବୋଲି ସେ କହିଛନ୍ତି, ସାଧାରଣତଃ ଭାରତର ଭିସା ପାଇଁ ଆବେଦନ କଲେ କେବଳ ତିନୋଟି ସ୍ଥାନ ଯିବାକୁ ଅନୁମତି ମିଳିଥାଏ। ମାତ୍ର ୨୦୦୨ରୁ ୨୦୦୭ ପର୍ୟ୍ୟନ୍ତ ପାକିସ୍ତାନରେ ଖୁର୍ସିଦ କଶୁରୀଙ୍କ ବୈଦେଶିକ ମନ୍ତ୍ରୀ ଥିବା ସମୟରେ ମିର୍ଜାଙ୍କୁ ୭ ସହରର ଭିସା ମିଳିଥିଲା। ଏହି ସମୟରେ ଯାତ୍ରା ସୂଚନା ମିଳୁଥିଲା ଆଇଏସଆଇକୁ ଦେଉଥିଲେ।