ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ପାଟିରେ ଡିଜେଲ କାଢିବା ପଡିଲା ମହଙ୍ଗା । ଚାଲିଗଲା ଚାଳକଙ୍କ ଜୀବନ । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଆଗୁଳ ଗ୍ରାମରେ । ଦୁଇଦିନ ତଳେ ଆଗୁଳ ଗାଁ ତାରିଣି ଗୌଡ ନାମକ ଯୁବକ ତାଙ୍କର ଟ୍ରାକ୍ଟର କୌଣସି ଯାନ୍ତ୍ରିକ ତ୍ରୁଟିଯୋଗୁଁ, ଟ୍ରାକ୍ଟରରୁ ପାଇପ୍ ଲଗେଇ ପାଟିରେ ଡିଜେଲ କାଢୁଥିବା ସମୟରେ ହଠାତ୍ ପେଟକୁ ଡିଜେଲ ଚାଲି ଯାଇଥିଲା । ଏହା ଫଳରେ ଘଟଣା ସ୍ଥଳରେ ହିଁ ସେ ଅସୁସ୍ଥ ହୋଇଯାଇଥିଲେ । ପରେ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲ ନେଇଥିଲେ । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଘଟଣାକୁ ନେଇ ଆଗୁଳ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି ।