ବିଲକୁ ଓଲଟିଲରା ଯବାନଙ୍କ ଭ୍ୟାନ

ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ଯବାନଙ୍କ ଭ୍ୟାନ । ୬ଜଣ ଆଇଟିବିପି ଯବାନ ଆହତ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଆଗି ସକାଳେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିବା ସୁଚନା ରହିଛି ।
ଖବର ମୁତାବକ, ଅଜି ସକାଳେ ୭ଜଣ ଯବାନ ଖୋର୍ଦ୍ଧା ଆଇଟି ବିପି ମ୍ୟାମ୍ପରୁ ଏକ ଭ୍ୟାନରେ ବିଭିନ୍ନ ସାମଗ୍ରୀ ନେଇ ଛତିଶଗଡ ଆଇଟିବିପି ଯାଉଥିବା ସମୟରେ ବୋଲଗଡ ନିକଟରେ ଭ୍ୟାନଟି ଭାର ସାମ୍ୟ ହରାଇ ବିଲକୁ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୬ଜଣ ଯବାନ ଆହାତ ହୋଇଛନ୍ତି । ଖବର ପାଇ ଆଇଟିବିପି କ୍ୟାମ୍ପରୁ କିଛି ଯବାନ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯବାନମାନଙ୍କୁ ପ୍ରଥମେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ଼କୁ ସ୍ଥାନାନ୍ତର କରାଯାଇଛି। ଯବାନଙ୍କ କ୍ୟାମ୍ପକୁ ସାମଗ୍ରୀ ଗୁଡ଼ିକ ଅନ୍ୟ ଏକ ଗାଡ଼ିରେ ଛତିଶଗଡ଼ ପଠାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।