ଜଟଣୀ ହରି ଭାଇନା ଚ୍ଛକରେ ସିରିଜ୍ ଦୂର୍ଘଟଣା। ଅଟୋ କୁ ପିଟିଲା କାର୍ । ଅଟୋ ଚାଳକ ଜଣଙ୍କ ହରି ଭାଇନା ଚ୍ଛକରେ ଗାଡି ବୁଲାଉଥିବା ସମୟରେ ହଠାତ୍ ଅଟୋ ପଛକୁ ଏକ କାର୍ ଧକ୍କା ଦେଇଥିଲା ଏବଂ ସେ କାର୍ ପଛକୁ ଆଉ ଗୋଟେ କାର୍ ଧକ୍କା ଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଟୋ ଚାଳକ ଜଣଙ୍କ କହିଛନ୍ତି। ଘଟଣା ସ୍ଥଳରେ ଜଟଣୀ ପୋଲିସ୍ ପହଁଚି ପରିସ୍ଥିତି କୁ ନିୟନ୍ତ୍ରଣ କରିବା ସହ ଅଧିକ ତଦନ୍ତ ଜାରୀ ରଖିଛି ।