ଭାରସାମ୍ୟ ହରାଇ ଓଲଟିଲା ପିକଅପ ଗାଡି: ଜଣେ ମୃତ, ତିନି ଆହତ

କୋଟପାଡ଼: କୋଟପାଡ଼ ବ୍ଲକ ଅନ୍ତର୍ଗତ ଗୀର୍ଲ୍ଲା ଗ୍ରାମ ନିକଟରେ ସଡକ ଦୁର୍ଘଟଣା | ଭାରସାମ୍ୟ ହରାଇ ଓଲଟିଲା ପିକ ଅପ ଗାଡି | ଦୁର୍ଘଟଣାରେ ଜଣେ ମୃତ, ତିନି ଜଣ ଆହତ | ମୃତକ ବ୍ୟକ୍ତି ଜଣକ କୋଟପାଡ଼ ବ୍ଲକ 4 ନମ୍ୱର ଗ୍ରାମର ରଘୁନାଥ ମଛଡ଼ି (ବୟସ 27) ବୋଲି ଜଣାପଡିଛି | ଏମାନେ ଗିର୍ଲା ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ବାଜା ବଜେଇବା ପାଇଁ ଯାଉଥିବା ସୂଚନା। ଆହତ ମାନଙ୍କ ମଧ୍ୟରୁ ଜଣେ କୋଟପାଡ଼ ମେଡିକାଲରେ ଭର୍ତ୍ତି ଆଉ 2 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଜୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l