ମଟର ସାଇକେଲ ଧକ୍କାରେ ଜଣେ ଗୁରୁତର ଆହତ

( ବନବାସୀ ପ୍ରଧାନ) : ବାଲିଗୁଡା ଅନ୍ତର୍ଗତ ଦଣ୍ଡପଦର ଗ୍ରାମଠାରେ ଏକ ଆପାଚି ଗାଡି ଦୁଇଜଣ ଯୁବକ ମଦ୍ୟପାନ କରି ଯାଉଥିବାବେଳେ ବିପରୀତ ଦିଗରୁ ନିଜ ଜମିକୁ ଯାଉଥିବା ଜଣେ ବ୍ୟକ୍ତି ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ଚେତା ବୁଡି ଯାଇଥିଲା । ସେ ବ୍ୟକ୍ତି ଜଣକ ହେଲେ ଦଣ୍ଡପଦ ଗ୍ରାମର ଦଣ୍ଡପାଣି ନାୟକ ବୋଲି ଜଣାପଡିଛି । ୧୦୮ ଆମ୍ବୁଲାନସ ଯୋଗେ ବାଲିଗୁଡା ମେଡିକାଲକୁ ଅଣାଯାଇଥିଲା ।ଦଣ୍ଡପାଣି ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଉକ୍ତ ବାଇକଟିକୁ ଜବତ କରିବା ସହିତ ତିନୋଟି ମଦବୋତଲ ଜବତ କରିଥିଲା ।ଆହତ ବାଇକ ଚାଳକ ସହ ବାଇକର ପଛପଟେ ବସିଥିବା ଦୁଇଜଣ ବ୍ୟକ୍ତୀଙ୍କୁ ବାଲିଗୁଡା ଡାକ୍ତର ଖାନାରେ ଚିକିତ୍ସା କରାଯାଉଥିବା ଜଣା ପଡିଛି । ଗୁରୁତର ଦଣ୍ଡପାଣି ନାୟକଙ୍କ ପରିବାର ପକ୍ଷରୁ ବାଲିଗୁଡା ଥାନାରେ ଏଫ୍ଆଇଆର ଦିଆଯାଇଛି । ଆହତ ଦୁଇଜଣହେଲେ ପଣସପଡିର ଶାନ୍ତନୁ ବିଶ୍ୱାଳ ଓ ଦେବପ୍ରସାଦ ପୂଜାରି ବୋଲି ଜଣାପଡିଛି ।