ଭୁବନଶ୍ୱେର-: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଏନେଇ ଭୁବନେଶ୍ୱରରେ ବିଜେଡି ବଡ଼ ଆନ୍ଦୋଳନ କରିଛି । ଲୋକସେବା ଘେରାଉ ସହ ଲୋୟର ପିଏମଜିରେ ପୋଲିସ- ବିଜେଡି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ବିଜେଡି କର୍ମୀଙ୍କ ଉପରୁକୁ ପାଣି ମାଡ ସହ ଲୁହବୁହା ଗ୍ୟାସର ପ୍ରୟୋଗ କରିଛି ପୋଲିସ । ତେବେ ପୋଲିସର ଏହି ପଦକ୍ଷପରେ ପ୍ରଣବପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡେଇଙ୍କ ଭଳି ନେତା ଆହତ ହୋଇଥିବା ସୂଚନା ମିଳିଛି ।
ସେହପରି କଂଗ୍ରେସ ମଧ୍ୟ ଆସନ୍ତକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି। ସାରା ଓଡ଼ିଶାରେ ଅଖଚକ ବନ୍ଦ ନେଇ ହୁଙ୍କାର କରିଛି ବିଜେଡି। ତେବେ ଏହି ସମୟରେ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ଏବିଭିପି । ଏବିଭିପି ବାଣୀବିହାରରେ କରିଛି ବଡ଼ ବିକ୍ଷୋଭ ପ୍ରଦର୍ଶନ। ବାଲେଶ୍ୱର ଏଫଏମ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ କରିଛି ଏବିଭିପି ।