(ପ୍ରିୟଦର୍ଶନୀ ସ୍ୱାଈଁ)ରିପୋଟରର୍ସ ଟୁଡ଼େ : ସନ୍ଧ୍ୟା ସମୟରେ କିଛି ସ୍ନାକ୍ସ ଖାଇବାକୁ ଇଛା ହୋଇଥାଏ । ଅଧିକାଂଶ ସମୟରେ ଛୁଆମାନେ ଅନ୍ୟ ପରିବା ଅପେକ୍ଷା ଆଳୁ ଖାଇବାକୁ ବେଶ ରୁଚି ରଖିଥାନ୍ତି । ତେଣୁ ଆଜି ଆମେ ଏକ ଏପରି ରେସିପି ବନାଇବୁ ଯାହା ଛୁଆଙ୍କୁ ଖୁବ ପସନ୍ଦ ଲାଗିବ ।
ଆବଶ୍ୟକୀୟ ସାମଗ୍ରୀ: ଆଳୁ-୨ଟି,କର୍ଣ୍ଣଫ୍ଲୋର-୨ଚାମଚ,ମଇଦା-୧ଚାମଚ,ବିଟ-ଅଳ୍ପ,ଜୀରା ଗୁଣ୍ଡ-୧ଚାମଚ,ଧନିଆ ଗୁଣ୍ଡ-୧ଚାମଚ, ଚିଲି ପାଉଡ଼ର-୧ଚାମଚ,ଚାର୍ଟ ମସଲା-ଅଳ୍ପ,ପିଆଜ-୨ଟି,ସିମେଧ-୫୦ଗ୍ରାମ,ଲୁଣ-୧ଚାମଚ,ତେଲ-ଛାଣିବା ପାଈଁ
ପ୍ରସ୍ତୁତି ପ୍ରଣାଳି: ପ୍ର୍ଥମେ ଆଳୁ ଏବଂ ଗ୍ରୀନ ମଟରକୁ ସିଝାଇ ବାହାର କରିଦିଅନ୍ତୁ । ଏକ ପାତ୍ରରେ ମଇଦା ,ଲୁଣ ,କର୍ଣ୍ଣଫ୍ଲୋର ପକାଇ ମିଶ୍ରଣ ପ୍ରସ୍ତୁୁତ କରନ୍ତୁ ।
ଆଉ ଏକ ପାତ୍ରରେ ସିଝା ଆଳୁ,ଧନିଆ ଗୁଣ୍ଡ, ଚିଲି ପାଉଡର, ଚାର୍ଟ ମସଲ,କଟାପିଆଜ,ଲୁଣ ପକାଇ ଚକଟି ଗୋଲ ଗୋଲ କରି ରଖନ୍ତୁ । ଏବେ ଅନ୍ୟ ଏକ ପାତ୍ରରେ ଗ୍ରୀନମଟର ,ଧନିଆ ଗୁଣ୍ଡ, ଚିଲି ପାଉଡର, ଚାର୍ଟ ମସଲ,କଟାପିଆଜ,ଲୁଣ ପକାଇ ଚକଟି ଦିଅନ୍ତୁ । ଆଗରୁ ପ୍ରସ୍ତୁତ ହୋଇଥିବା ଆଳୁ ଗୋଲରେ ମଟର ମସଲା ପୁର ଦେଇ ରଖନ୍ତୁ । ବର୍ତ୍ତମାନ ମଇଦା ଆଣରେ ଗୋଳାଇ ରଖନ୍ତୁ । ଗ୍ୟାସ ଅନ କରି ତେଲ ଗରମ କରନ୍ତୁ । ଏହା ପରେ ସିମେଇ କୋଟିଙ୍ଗ ଦେଇ ତେଲରେ ପକାନ୍ତୁ । ଏହାର ରଙ୍ଗ ବ୍ରାଉନ ହେବା ପରେ ଏହାକୁ ବାହାର କରି ନିଅନ୍ତୁ । ଏବେ ଟମାଟୋ ସସ ସହ ଟେଷ୍ଟ କରନ୍ତୁ ପଟାଟୋ ମୁଖରୁଚି ।