ଦର୍ଶକବନ୍ଧୁ ଯେତେବେଳେ ମଣିଷ ଉପରେ ଦଇବ ଦାଉ ସାଜେ ସେତେବେଳେ ମଣିଷ ଅନ୍ୟଠାରୁ ରୂଣ ନେବାକୁ ବାଧ୍ୟ ହୁଏ ଆଉ ଆଜିକା ସମୟରେ ରୂଣ ଦେଉଥିବା ସାହୁକାର ରୂଣ ନେଉଥିବା ନୀରିହ ଲକୋଙ୍କ ଉପରେ ଦାଉ ସାଜନ୍ତି ଏବଂ ଅଧିକ ସୁଧ ଆଶାରେ ନୀରିହ ଲୋକଙ୍କ ରକ୍ତ ଶୋଷିବାକୁ ଲାଗନ୍ତି । ଏବଂ ସେତେବେଳେ ଋଣ ନେଇଥିବା ଲୋକଟି ଋଣ ସୁଝିବାକୁ ନିଜକୁ ବିକ୍ରି କରିଦେବାକୁ ବାଧ୍ୟ ହୁଏ । ତେବେ ଏ ଘଟଣା ଏବେ ଦେଶସାରା ଚହଳ ପକାଇଛି । ଯେଉଁ ଘଟଣା ହେଉଛି ମହାରାଷ୍ଟ୍ରର ଯେଉଁଠାରେ ଋଣ ବୋଝରେ ଚାପି ହୋଇ ଜଣେ ଚାଷୀ କିଡନି ବିକ୍ରି କରିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଚାଷୀଙ୍କ ଅଭିଯୋଗ ପରେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବେଆଇନ ସାହୁକାରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ ।
ସୂଚନା ଅନୁସାରେ ପୀଡ଼ିତ ଚାଷୀଙ୍କ ନାଁ ହେଉଛି ରୋଶନ ସଦାଶିବ କୁଡେ । ତାଙ୍କ ଅଭିଯୋଗ ଆନୁସାରେ ସାହୁକାର ଋଣ ସୁଝିବା ଚାପରେ ତାଙ୍କୁ ନିଜର କିଡନି ବିକ୍ରି କରିବାକୁ ପଡ଼ିଛି । ପୁଲିସ ସୂଚନା ମୁତାବକ ଗତ ୨୦୨୧ରେ ଚିକିତ୍ସା ଓ ବ୍ୟବସାୟ ପାଇଁ ରୋଶନ ସୁଧରେ ଏକ ଲକ୍ଷ ଟଙ୍କା ଆଣିଥିଲେ । ହେଲେ ରୋଶନଙ୍କ ପାରିବାରିକ ସ୍ଥିତି ଏମିତି ହେଲା ଯେ ନା ସେ ଆଉ ସମୟରେ ନା ସୁଧ ଦେଇପାରିଲେ ନା ମୂଳଧନ । ଯେତେବେଳେ ସୁଧ ଦେଇପାରୁନଥିଲେ ସାହୁକାର ସୁଧ ଉପରେ ସୁଧ ଲଗାଉଥିଲା । ଏବଂ ୫ ବର୍ଷ ଭିତରେ ଋଣ ବଢ଼ି ବଢ଼ି ୭୪ ଲକ୍ଷ ହୋଇଗଲା । ଲକ୍ଷେ ଟଙ୍କା ଋଣ ରୋଶନଙ୍କୁ ଏତେ ଭାରି ପଡ଼ିବ କେବେ ସେ ଚିନ୍ତା ବି କରିନଥିବେ । କାହିଁକି ନା ଏହି ଲକ୍ଷେ ଟଙ୍କା ସୁଝିବାକୁ କିଡ୍ନି ବିକ୍ରି କରିବା ପୂର୍ବରୁ ଦୁଇ ଏକର ଜମି, ଏକ ଟ୍ରାକ୍ଟର, ଗାଡ଼ି, ଘର, ସୁନା ସବୁ କିଛି ବିକିବାକୁ ପଡ଼ିଥିଲା । ଏହାପରେ ବି ସାହୁକାରର ସୁଧ ଲୋଭ ଯାଇନଥିଲା । ଚାଷୀ ଜଣକ ଅଭିଯୋଗ କରିଛନ୍ତି ଯେ, ସାହୁକାର ତାଙ୍କୁ କିଡନି ବିକ୍ରି କରିବାକୁ ପରାମର୍ଶ ଦେଇଥିଲା । କିଡ୍ନି ବିକିବାକୁ ଜଣେ ଦଲାଲ ତାଙ୍କୁ ପ୍ରଥମେ କୋଲକାତା ନେଇଯାଇଥିଲେ, ଯେଉଁଠାରେ ତାଙ୍କର ଡାକ୍ତରୀ ପରୀକ୍ଷା ହୋଇଥିଲା । ଏହାପରେ କାମ୍ବୋଡିଆରେ ଅସ୍ତ୍ରୋପଚାର କରାଯାଇ ତାଙ୍କ କିଡନି କାଢ଼ି ନିଆଯାଇଥିଲା ।
ରୋଶନ ଆଠ ଲକ୍ଷ ଟଙ୍କାରେ ନିଜର କିଡନି ବିକ୍ରି କରିଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଋଣ ଜାଲରେ ଫସିଥିବା ଚାଷୀଙ୍କ ଏହି କାହାଣୀ ମାନବିକତାକୁ ଦୋହଲାଇ ଦେଇଛି । ବେଆଇନ ସାହୁକାରଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି । ସେ ବ୍ୟାଙ୍କ ଟ୍ରାଞ୍ଜାକ୍ସନରୁ ଅଭିଯୁକ୍ତମାନଙ୍କ ଖାତାକୁ କ୍ରମାଗତ ଭାବେ ଟଙ୍କା ଯାଇଥିବାର ପ୍ରମାଣ ମିଳିଛି । କିଡନି ବିକ୍ରି ଅଭିଯୋଗର ସ୍ୱତନ୍ତ୍ର ଭାବେ ତଦନ୍ତ କରାଯାଉଛି । ମେଡିକାଲ ରିପୋର୍ଟ ଏବଂ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି । ତେବେ ଦେଖାଯାଉ ରୂଣ ପରିଶୋଧ ପାଇଁ ପରୋକ୍ଷରେ ଚାପ ପକାଉଥିବା ଏ ସାହୁକାରଙ୍କ ବିରୋଧରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରଣଣ କରୁଛନ୍ତି ।