ଖରସ୍ରୋତା ନଦୀରେ ଭାସିଯାଉଥିଲେ ମହିଳା, ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଜୁଲାଇ ୧୭ତାରିଖ ଖରସ୍ରୋତା ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ଜନମାନସରୁ ଲିଭିନଥିବା ବେଳେ, ପୁଣି ଏକ ମହିଳା ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ନଜର ଆସିଛି । ଖରାସ୍ରୋତା ନଦୀର ଗୋବିନ୍ଦପୁର ନିକଟସ୍ଥ ପୋଲ ଏବେ ପାଲଟିଛି ଆତ୍ମହତ୍ୟାର ସ୍ଥାନ । ବାରମ୍ବାର ଏମିତି ଦୁର୍ଘଟଣା ସେହି ପୋଲ ଉପରେ ଆଗରୁ ହେବାର ଅନେକ ଲୋକ ଦେଖିଛନ୍ତି । ଆଜି ସେମିତି ହଟାତ ଆଉ ଜଣେ ବିବାହିତ ମହିଳା ସେହି ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ନଦୀକୁ ଡେଇଁ ପଡିଥିଲେ । କିନ୍ତୁ ଠିକ ସେହି ସମୟର ଜଣେ ଯୁବକ. ଙ୍କ ନଜର ପଡ଼ିଗଲା । ସେ କାଳବିଳମ୍ବ ନକରି ନିଜ ଜୀବନକୁ ବାଜି ଲଗାଇ ଅତି ସାହସର ସହିତ ଉକ୍ତ ମହିଳାକୁ ଉଦ୍ଧାର କରିଥିଲେ । ଯୁବକ ଜଣକ ହେଉଛନ୍ତି ଗୋବିଦପୁର ଗ୍ରାମର ସୁଜିତ ମିଶ୍ର । କାରଣ କିଛିଦିନ ତଳେ ତାଙ୍କ ସାନ ଭଉଣୀ ମଧ୍ୟ ସେହି ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ତେଣୁ ତାଙ୍କ ଆଖିରେ ସେହି ଭଉଣୀ କଥା ମନେ ପଡ଼ିଗଲା । ତେଣୁ ସେ ଏହି ମହିଳା ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେଲେ ।