ମାଲକାନଗିରି ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରୁ ନଜୀର ଆସିଛି ନକ୍ସଲଙ୍କ ନାଚର ଭିଡିଓ

ମାଲକାନଗିରି : ଗୀତର ତାଳେ ତାଳେ ଝୁମିଲେ ନକ୍ସଲ। ମାଲକାନଗିରି ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରୁ ନଜୀର ଆସିଛି ଏମିତି ଭିଡିଓ । ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗୀତ ବାଜୁଛି । ଆଉ ଭୀତର ତାଳେ ତାଳେ ନାଚିଯାଉଛନ୍ତି ନକ୍ସଲ ସାଥୀ । ମଝି ଜଙ୍ଗଲରୁ ଆସିଛି ଏପରି ଚିତ୍ର । ଜଙ୍ଗଲ ମଝିରେ ହାତରେ ବନ୍ଧୁକ ଧରି ନାଚୁଛନ୍ତି ନକ୍ସଲମାନେ । ପରସ୍ପରର ହାତ ଧରି କୌଣସି ଏକ ଗୀତରେ ନାଚୁଥିବାର ଦେଖିବାକୁ ମିଳୁଛି। ଏଥିରେ କିଛି ସାଧାରଣ ଲୋକେ ସାମିଲ ହୋଇଛନ୍ତି। କିଛି ପୁରୁଷ ଓ ମହିଳା ନକ୍ସଲ ନାଚୁଥିବା ବେଳେ ଅନ୍ୟ କିଛି ନକ୍ସଲମାନେ ବନ୍ଧୁକ ଧରି ପାଖରେ ଠିଆ ହୋଇଛନ୍ତି। ଆଉ କିଛି ନକ୍ସଲ ବାଜା ବଜାଉଛନ୍ତି। ତେବେ ନୃତ୍ୟ କରୁଥିବା ନକ୍ସଲମାନେ କେଉଁ ସଂଗଠନର ଜଣାପଡ଼ି ନାହିଁ।