ପାରାଦୀପ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା…

ପାରାଦୀପ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଲୁନା କୁ ପିଟିଲା କାର୍। ଘଟଣା ସ୍ଥଳରେ ଲୁନା ଚାଳକଙ୍କ ଚାଲିଗଲା ଜୀବନ। କାର୍ ରେ ଥିବା ଦୁଇଜଣ ଗୁରୁତର। ମୃତକ ହେଲେ ପାରାଦୀପ ଷଣ୍ଢକୁଦ ଅଞ୍ଚଳର ଅଜୟ କରଣ। ଅଜୟ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ସେ ମଧୁବନ ରୁ ଷଣ୍ଢକୁଦ କୁ ଲୁନା ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ସମୁଦ୍ର କୂଳରୁ ବେପରୁଆ ଦୃତଗାଡି ଚାଳନା କରି ଆସୁଥିବା OD02 BM 0933 ନଂ କାର୍ ଟି ଲୁନା କୁ  ଧକ୍କା ଦେଇ କାର୍ ଟି ରାସ୍ତା କଡକୁ ଓଲଟି ପଡିଥିଲା। ଦୁର୍ଘଟଣା ଏପରି ଥିଲା ଯେ ଶହେ ମିଟର ଦୂରରେ କାର ଟି ଓଲଟି ପଡିଥିଲ। ତେବେ ଖବରପାଇ ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଆମ୍ବୁଲାନ୍ସ ଯୋଗେ ଦୁଇ ଗୁରୁତର ଙ୍କୁ ପାରାଦୀପ ଅଠରବାଙ୍କୀ ମେଡ଼ିକାଲ କୁ ପଠାଇ ଦିଆଯାଇଛି। ତେବେ ଘଟଣା କୁ ନେଇ ଉତେଜନା ଲାଗି ରହିଥିବା ବେଳେ ପୋଲିସ ସେମାନଙ୍କୁ  ବୁଝାସୁଝା କରୁଛି।