କଟକ: କଟକ ବଡ଼ ଡ଼ାକ୍ତରଖାନାରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣାରେ ଡିଏମଇଟିର ୩ଜଣିଆ ଟିମ୍ ଆରମ୍ଭ କଲେ ତଦନ୍ତ | ଗତକାଲି ତଦନ୍ତ ନିର୍ଦ୍ଦେଶ ପରେ ଆଜି ଏସସିବିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ୩ ଜଣିଆ ଟିମରେ ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଏହି କମିଟିରେ ଯୁଗ୍ମ ଡିଏମଇଟି ରୋମା ରତନ ଓ ଏସସିବି ଅଧୀକ୍ଷକ ସୁଧାଂସୁ ମିଶ୍ର ରହିଛନ୍ତି। ଏହି ଟିମ ମେଡିକାଲ କଲେଜରେ ପହଁଚି ତଦନ୍ତ କରିବା ସହ ଏସସିବି ସୁପରିଟେଣ୍ଡେଣ୍ଟ ଓ ଏସସିବି ମେଡିକାଲ କଲେଜ ଡିନ ପ୍ରିନସିପାଲଙ୍କ ସହ ଆଲୋଚନା କରିଛନ୍ତି।
ତଦନ୍ତ କମିଟିର ସୂଚନା ପରେ ତାଙ୍କୁ ସସପେଣ୍ଡ କରାଯିବ କି ନାହିଁ ସୂଚନା ଦିଆଯିବ ବୋଲି ଟିମ ପକ୍ଷରୁ କୁହାଯାଇଛି। ପ୍ରିଲିମିନାରି ରିପୋର୍ଟ୍ ସରକାରଙ୍କୁ ପ୍ରଦାନ କରାଯିବ। କାର୍ଡିଓଲୋଜି ବିଭାଗର ମୁଖ୍ୟ, ପ୍ରଫେସର ଓ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ ପଚାର ଉଚରା କରାଯିବ। ଏସ ଓ ପି ପାଳନ ହୋଇଥିଲା ନା ନାହିଁ ତାହାର ଅନୁଧ୍ୟାନ କରାଯିବ। ଆଗାମୀ ଦିନରେ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନ ହୁଏ ସେଥିପାଇଁ ପ୍ରୋଟୋକଲ୍ ପ୍ରସ୍ତୁତ ହେବା ନେଇ ସୂଚନା ଦେଇଛନ୍ତି ଡିଏମଇଟି ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର।