ଧରାହେଲେ ଲୁଟେରା

ବାରଙ୍ଗ ଅଞ୍ଚଳରୁ ୩ ଗିରଫ୍

ବାରଙ୍ଗ ତଥା ଆଖପାଖ ଅଞ୍ଚଳରେ ଆତଙ୍କ ମଚେଇଥିବା ୩ ଜଣ ଲୁଟେରା ଙ୍କୁ ଗିରଫ୍ କରିଛି ବାରଙ୍ଗ ଥାନା ପୋଲିସ୍ । ଗତ କିଛିଦିନ ତଳେ ପୁରୀ କେନାଲ ରୋଡରେ ସାନମୁଣ୍ଡଳୀ ଗାଁର ବିଶ୍ୱଜିତ ବେହେରା ଘରକୁ ଫେରୁଥିବା ବେଳେ ୩ ଜଣ ଗାଡି ଅଟକାଇ ତାଙ୍କ ଠାର ୁ ୫୦୦ନ ଟଙ୍କା ଓ ବାଇକ୍ ନେଇଯାଇଥିଲେ । ଠିକ୍ ସେହିପରି ମାର୍ଥାପୁର ସୁଦର୍ଶନ ପାଇଟାଲଙ୍କ ଠାରୁ ଗୋଟିଏ ଫୋନ୍ ଓ୧୩୦୦ ଟଙ୍କା ଲୁଟିନେଇଥିଲେ । ଏନେଇ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ସେମାନଙ୍କ ଠାରୁ ୭୦୦ ଟଙ୍କା ,୨ଟି ମୋବାଇଲ୍ ଓ୨ଟି ବାଇକ୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଦୀପକ କୁମାର ବେହେରା, ବାଦଲ କୁମାର ରଣା,ଅମାନ ଧନରାଜ । ସମସ୍ତ ଅଭିଯୁକ୍ତ ନନ୍ଦନକାନନ ଥାନା ଅଞ୍ଚଳର ହୋଇଥିବା ସହିତ ସେମାନଙ୍କ ନାମରେ ଏକାଧିକ ମାମଲା ଥିବା ସୂଚନା ମିଳିଛି ।