ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ଏଲପିଜି ସିଲିଣ୍ଡର ପିଛା ମିଳିବ ୩୦୦ଟଙ୍କାର ସବସିଡି

ନୂଆଦିଲ୍ଲୀ : ଆଜି କେନ୍ଦ୍ର କ୍ୟାବିନେଟ ନେଇଛି ବଡ ନିଷ୍ପତ୍ତି । ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ଏଲପିଜି ସିଲିଣ୍ଡର ପିଛା ମିଳିବ ୩୦୦ଟଙ୍କାର ସବସିଡି । ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ପିଛା ୨୦୦ଟଙ୍କା ବଦଳରେ ମିଳିବ ୩୦୦ଟଙ୍କା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । କ୍ୟାବିନେଟ ବୈଠକରେ ସେ କହିଛନ୍ତି ଯେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଦିଆଯାଉଥିବା ୨୦୦ ଟଙ୍କାର ସବସିଡିକୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । କେନ୍ଦ୍ର କ୍ୟାବିନେଟ ରକ୍ଷାବନ୍ଧନ ଏବଂ ଓନମ ଅବସରରେ ଏଲପିଜିରେ ୨୦୦ ଟଙ୍କା ହ୍ରାସ ଘୋଷଣା କରିଥିଲେ। ଆଜି ଉଜ୍ଜଳାର ହିତାଧିକାରୀଙ୍କୁ ୨୦୦ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ଏଲପିଜି ସିଲିଣ୍ଡର ମୂଲ୍ୟ ୧୧୦୦ରୁ କମି ୯୦୦ ଟଙ୍କା ହୋଇଛି। ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୭୦୦ ଟଙ୍କାରେ ଗ୍ୟାସ ମିଳୁଥିଲା। ଏବେ ହିତାଧିକାରୀମାନଙ୍କୁ ୩୦୦ ଟଙ୍କା ସବ୍ସିଡି ମିଳିବ। ଅର୍ଥାତ୍ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ବର୍ତ୍ତମାନ ଗ୍ୟାସ୍ ସିଲିଣ୍ଡର ୬୦୦ ଟଙ୍କାରେ ମିଳିବ।