କଟକ: ସହରରେ ଦିନକୁ ଦିନ ନକଲି ଔଷଧ କାରବାର ଘଟଣା ସାମ୍ନାକୁ ଆସୁଛି । କଟକ ମହତାବ ରୋଡରେ ଥିବା କୋରିଅର ସଂସ୍ଥା ତ୍ରିଦେବ ଏକ୍ସପ୍ରେସ୍ କାର୍ଗୋରୁ ଗତକାଲି ୩ ଲକ୍ଷରୁ ଅଧିକ ଟଙ୍କାର ନକଲି ଉଚ୍ଚ ରକ୍ତଚାପ ଔଷଧ ଜବତ କରାଯାଇଥିଲା । ନକଲି ଔଷଧ ଘଟଣାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିବାକୁ କୁହାଯାଇଛି । ଏଥି ସହ ଇଣ୍ଟର ଷ୍ଟେଟ୍ ଲିଙ୍କ ରହିଥିବା କୌଣସି ସଂସ୍ଥା ଏହାର ତଦନ୍ତ ନକରି ସିବିଆଇ କରୁ ବୋଲି ଦାବି କରାଯାଇଛି । ।ଟେଲମା ବ୍ୟତୀତ ଅନ୍ୟ କୌଣସି ଔଷଧକୁ ନକଲି କରି ବିକ୍ରି ହେଉଛିକି ନାହିଁ ତାହା ଜାଣିବା ଲାଗି ତଦନ୍ତ ଦାବି ହେଉଛି । ଏହି ମାମଲାରେ ସିବିଆଇ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ , କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି । କଟକର ଦୁଇ ଜଣ ଉଚ୍ଚ ରକ୍ତଚାପ ପାଇଁ ବହୁଳ ଭାବେ ବ୍ୟବହାର ହେଉଥିବା ପ୍ରତିଷ୍ଠିତ ଔଷଧ ଉପାôଦନ କମ୍ପାନୀ ଗ୍ଲେନମାର୍କର ୩ଟି ଔଷଧ ଟେଲମା -୪୦, ଟେଲମା ଏ.ଏମ ଓ ଟେଲମା ଏଚ୍ ଭଳି ତିନୋଟି ଔଷଧକୁ ନକଲି କରି ବିକ୍ରି କରାଯାଉଥିବା ଜଣା ପଡିଥିଲା । ତେବେ ନକଲି ବୋଲି ସନ୍ଦେହ ହେବା ପରେ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ କଳା ତାଲିକା ଭୁକ୍ତ ଭି. ଆର ଏଜେନ୍ସି । ପ୍ରାୟ ୧୫ସହ ଷ୍ଟ୍ରିପ ଔଷଧକୁ ଜବତ କରିଥିଲେ । ପୂର୍ବରୁ ପୁରୀଘାଟ ପୋଲିସ ୩୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଥିଲା । ଏମାନେ ଖୋଲା ବଜାରରେ ଯେଉଁ ରିଟେଲରଙ୍କୁ ଏହି ଔଷଧ ବିକ୍ରି କରିଥଲେ, ସେମାନଙ୍କ ଠାରୁ ଏଯାଏଁ ୨୦ ଲକ୍ଷ ଟଙ୍କାର ଔଷଧ ଜବତ ହୋଇସାରିଲାଣି ।ଏସିପି ଅମେରେନ୍ଦ୍ର ପଣ୍ଡା, ପୂରୀଘାଟ ଥାନା ଆଇଆଇସି ଯତିନ ସେଠୀ, କଟକ ସର୍କଲ-୧ର ଆସିଷ୍ଟାଣ୍ଟଡ୍ରଗ୍ସ କଣ୍ଟୋଲର ମହତାବ, ରୋଡରେ ଥିବା ତ୍ରିଦେବ ଏକ୍ସପ୍ରେସ୍ କାର୍ଗୋରେ ଚଢାଉ କରଥିଲେ । ଏହି କୋରିୟର ସଂସ୍ଥାରୁ୪ଲକ୍ଷ ଟଙ୍କାର ଟେଲମା-୪୦ ଔଷଧ ମିଳିଥିଲା । ଔଷଧ ମାଣିକଘୋଷ ବଜାରସ୍ଥିତ ଭି .ଆର ଡ୍ରଗ୍ସ ଏଜେନ୍ସି ପକ୍ଷରୁ ବିହାର ଗୟା ଜିଲ୍ଲାରେ ଥିବା ବାଲାଜୀ ଡ୍ରଗ୍ସରୁ କିଣାଯାଇଛି । ତେବେ ରସିଦର ଜିଏସଟି ନମ୍ବର ଆଧାରରେ ବିହାରର ସଂପୃକ୍ତ କମ୍ପାନିକୁ ଚିହ୍ନଟ କରିଛି ପୋଲିସ୍ । ରାହୁଲ ଓ ସଞ୍ଜୟ ନକଲି ଔଷଧ ଆମଦାନୀ ପାଇଁ କୋରିଅରର ସହାୟତା ନେଉଥିବାରୁ ଏବେ କଟକ ସହରରେ ୧୨ଟି କୋରିଅର୍ ସଂସ୍ଥା ଚିହ୍ନଟ କରାଯାଇଛି। କାରବାର ଅଭିଯୋଗ ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଟିମ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।