ମହାବଳି ଯାତ୍ରାର ସଫଳ ସମ୍ପାଦନ ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମହାବଳି ଯାତ୍ରାର ସଫଳ ସମ୍ପାଦନ ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ମହାବଳି – ଯାତ୍ରା – ୨୦୨୫ ର ସଫଳ ସମ୍ପାଦନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ସମ୍ମିଳନୀ କକ୍ଷ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପ – ଜିଲ୍ଲାପାଳ, ସୋନପୁର,ଶ୍ରୀମତି ସୁମ୍ୟାରୁପା ରଥ ତଥା ନିର୍ବାହୀ ଅଧିକାରୀ, ଦେବୋତ୍ତର ବିଭାଗ ସୋନପୁର, ସଭାପତିତ୍ବ କରୁଥିବା ଜିଲ୍ଲାପାଳ, ସୁବର୍ଣ୍ଣପୁର, ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ମହାବଳି ଯାତ୍ରାରେ ଜଡ଼ିତ ଥିବା ପୂଜକ,ସେବାୟତ ଓ ବ୍ୟକ୍ତି ବିଶେଷ, ସୁବର୍ଣ୍ଣପୁର ଜିଲ୍ଲାର ବୁଦ୍ଧିଜୀବୀ ଓ ଜନସାଧାରଣ ତଥା ଉପସ୍ଥିତ ସମ୍ବାଦ ପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସ୍ଵାଗତ ଜଣାଇଥିଲେ।

ଚଳିତ ମହାବଳି ଯାତ୍ରା – ୨୦୨୫ ପରିଚାଳନା ଓ ସମ୍ପାଦନ ଉପରେ ବିଶଦ ଭାବରେ ଆର୍ଥିକ ପରିଚାଳନା, ବଳି ଆୟୋଜନ, ମହାବଳି ଯାତ୍ରା ସମୟରେ ପୂଜକ ଓ ସେବାୟତ ମାନଙ୍କ କାର୍ଯ୍ୟସୂଚୀ ଓ ପୂଜା ବିଧି କାର୍ଯ୍ୟ  ସମ୍ପାଦନ ଓ ସମାପନ ଉପରେ ଆଲୋଚନା ହୋଇଥିଲା। ମହାବଳି ଯାତ୍ରା – ୨୦୨୫ ଅନୁଷ୍ଠିତ କରିବା ପାଇଁ ବୁଦ୍ଧିଜୀବୀ, ଜନସାଧାରଣ ସେବାୟତ ମାନେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ଶେଷରେ ସମସ୍ତଙ୍କ ତରଫରୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ  ମହାବଳି ଯାତ୍ରା ଅନୁଷ୍ଠିତ କରିବାପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ତେଣୁ , ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାବଳି ଯାତ୍ରା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା ଓ ତାହା ଜିଲ୍ଲାପାଳ, ସୁବର୍ଣ୍ଣପୁର ପ୍ରସ୍ତୁତି ସଭାରେ ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇଥିଲେ। ଶେଷରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଚଳିତ ମହାବଳି ଯାତ୍ରା – ୨୦୨୫ କୁ ସଫଳ ଅନୁଷ୍ଠିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରି  ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସମାପ୍ତି ଘୋଷଣା କରିଥିଲେ।