ଦେଇଥିଲେ ପ୍ରତିଶୃତି ଏବେ କରିବେ ପୂରଣ : ଚିଲିକାରେ ନିର୍ମାଣ ହେବ ସ୍ଥାୟୀ ପୋଲ

0

ଭୁବନେଶ୍ୱର : ସାତପଡ଼ା- ଜହ୍ନିକୁଦା ଚିଲିକା ଉପରେ ସ୍ଥାୟୀ ପୋଲ ନିର୍ମାଣ କରାଯିବ । ଏନେଇ ସୂଚନା ଦଇଛନ୍ତି ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର। କୃଷ୍ଣପ୍ରସାଦ ବ୍ଲକ ବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ କରାଯିବ। ବ୍ଲକର ଜନାଶୁଣାଣୀରେ ସାମିଲ ହୋଇ ସାଂସଦ ଶ୍ରୀ ପାତ୍ର ଏହି ଘୋଷଣା କରିଛନ୍ତି । କୃଷ୍ଣପ୍ରସାଦରୁ ପୁରୀକୁ ଯିବା ପାଇଁ ହେଲେ ଲୋକଙ୍କୁ ଚିଲିକାରେ ଦୀର୍ଘ ୫ କିଲୋମିଟର ଡଙ୍ଗାରେ ବିପଦଜନକ ଭାବେ ଯାତାୟାତ କରୁଛନ୍ତି। ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ ଚିଲିକାରେ ବ୍ରିଜ ହେବ ବୋଲି ପ୍ରତିଶୃତି ଦେଇଥିଲେ । ଉକ୍ତ ଜନାଶୁଣାଣୀରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମଧ୍ୟ ସାମିଲ ହୋଇଥିଲେ ।