ବେଙ୍ଗାଲୁରୁ: ବୋରୱେଲକୁ ଖସିଲା ଶିଶୁ। ଘର ପାଖରେ ଖେଳୁଥିବା ସମୟରେ ଦେଢ ବର୍ଷର ଶିଶଉ ଏକ ଖୋଲା ବୋରୱେଲରେ ଖସି ପଡିଛି । ଏଭଳି ଘଟଣା କର୍ଣ୍ଣାଟକ ତାଲୁକ ଜିଲ୍ଲାର ଲଚୟାନ ଗାଁରେ ଘଟିଛି । ତେବେ ପିଲାଟି ବୋରୱେଲର ୧୬ ଫୁଟ ଭିତରେ ଫସି ରହିଥିବା ଜଣାପଡିଛି। ଶିଶୁକୁ ଉଦ୍ଧାର ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। ତେବେ ଶିଶୁଟି ୨ରୁ ଆଢେଇ ବର୍ଷର ହୋଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, କର୍ଣ୍ଣାଟକ ପୋଲିସ ସହ ଅନ୍ୟ ଟିମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବୋରୱେଲ ନିକଟରେ ଏକ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳାଯାଉଛି। ଶିଶୁକୁ ଉଦ୍ଧାର ଲାଗି ଜୋରଦାର ଉଦ୍ୟମ ଚାଲିଛି। ଘର ପାଖରେ ଏହି ବୋରୱେଲ ଥିବା ବେଳେ କୌଣସି କାରଣବଶତଃ ଶିଶୁଟି ଖସିପଡିଥିଲା। ବୋରୱେଲରୁ ଶିଶୁର କାନ୍ଦ ଶୁଭିବା ପରେ ଲୋକେ ଏ ବିଷୟରେ ଜାଣିଥିଲେ। ସକାଳ ସାଢେ ୬ଟାରୁ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ। ତେବେ ପିଲାଟିକୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି ।