ବ୍ରହ୍ମପୁର: MKCG ମେଡିକାଲ୍ ରୋଗ ନିଦାନ କେନ୍ଦ୍ରରେ ଅଗ୍ନିକାଣ୍ଡ । AC ସର୍ଟସର୍କିଟ୍ରୁ ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି । ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଥିଲା ନିଆଁ । ବାୟୋ କେମିଷ୍ଟ୍ରୀ ବିଭାଗର ବିଭିନ୍ନ ରସାୟନ ପଦାର୍ଥ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଖବର ପାଇ ନିଆଁକୁ ଆୟତ୍ତ କରିଛନ୍ତି ଦମକଳ ବାହିନୀ କର୍ମଚାରୀ । ଶୀତ ତାପ ନିୟନ୍ତ୍ରିତରୁ ନିର୍ଗତ ଗ୍ୟାସ ନିର୍ଗତ ହୋଇ କିଛି କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳୁଛି । ସଟ୍ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି ।