ଗଜପତି ଜିଲ୍ଲାକୁ ମରୁଡି ଘୋଷଣା କରିବା ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଗଜପତି/ ବିବେକାନନ୍ଦ ବେହେରା: ସିପିଆଇ (ଏମ୍ଏଲ) ଲିବରେସନ୍ ଓ ଅଖିଳ ଭାରତ କୃଷକ ମହାସଭା (AIKM) ତରଫରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୯ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।ଦାବୀ ଗୁଡିକ ହେଲା ଗଜପତି ଜିଲ୍ଲାକୁ ମରୁଡି ଘୋଷଣା କରିବା,ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା  ହଜାର ଟଙ୍କା ପ୍ରଦାନ କରିବା,ମରୁଡ଼ିରେ କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଛାଡ କରି ନୂଆ ଋଣ ପ୍ରଦାନ କରିବା,ଗଜପତି ଜିଲ୍ଲାରେ MGNREGA କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରିବା ସହ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପିଛା ୨୦ ହଜାର ଟଙ୍କା ଲାଞ୍ଚକୁ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ଦାବୀ ରହିଛି, ବର୍ଷକୁ ୨୦୦ ଦିନ କାମ ଓ ଦୈନିକ ୬୦୦ ଟଙ୍କା ମଜୁରୀ ଯୋଗାଇ ଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହାୟତା ରାଶି ୫ ଲକ୍ଷ ଟଙ୍କା ବୃଦ୍ଧି କରାଯାଉ।

ମକାମଞ୍ଜି କେଜି ୧୦୦ ଟଙ୍କାରେ ଟଙ୍କାରେ ବିକ୍ରି କରିବା ପାଇଁ ମଣ୍ଡିର ବ୍ୟବସ୍ଥା କରାଯାଉ, ସମସ୍ତ ରାସନ୍ କାର୍ଡ ଧାରିଙ୍କୁ ୫୦ କେଜି ଚାଉଳ  ଏବଂ ନିତ୍ୟ ବ୍ୟବହାର ଜିନିଷ ଯୋଗାଇବା, ଆଦିବାସୀ ମାନଙ୍କ ଆଦାୟ ଜଙ୍ଗଲ ଜାତ ଦ୍ରବ୍ୟ ଅତିଶୀଘ୍ର TDCC  ଜରିଆରେ କିଣିବାରେ ବ୍ଯବସ୍ଥା,ପଞ୍ଚାୟତର ପ୍ରତ୍ୟେକ ଗାଁ ରେ ପିଇବା ପାଣି ଯୋଗାଇ ଦେବା,ସମସ୍ତ ଗରିବ ଲୋକମାନଙ୍କୁ ୨୦୦  ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଯୋଗାଇବା ଦାବି କରାଯାଇଛି।ଏହି ଭଳି ବିଭିନ୍ନ ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମ ତ୍ରିପତି ଗୋମାଙ୍ଗ ରାଜ୍ୟ କମିଟି ସଭ୍ୟ CPIML ଲିବିରେସନ ଦ୍ବାରା ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଧର ପାତ୍ର, ନରସିଂହ ମଣ୍ଡଳ,ଗିରିଜନ ରଇତ, ଜାକବ କାର୍ଯୀ, ମାଥ୍ୟୁ ରଇତ,ଚିତର ରଇତ,ଶ୍ରିବାନ ମଣ୍ଡଳ,ଅବସାଲମ ରଇତ,ସୈଦରକ ମଲ୍ଲିକ,ବିଦ୍ୟା ନାୟକ – ବୃନ୍ଦାବନ ବିଡିକା,ଶ୍ରୀନୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ।