ରଘୁନାଥପୁର ଥାନା ଅନ୍ତର୍ଗତ କୂଳସାହି ଛକରେ ଏକ କେନାଲରେ ସାଇକେଲ ସହ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମୃତ ବ୍ୟକ୍ତି ହେଲେ ରଘୁନାଥପୁର ବାମ୍ପିତଳା ଗ୍ରାମର ୫୫ ବର୍ଷୀୟ ସୌମେନ୍ଦ୍ର ସିହ୍ନା। ଆଜି ସୌମେନ୍ଦ୍ର କୌଣସି କାମରେ ଏକ ସାଇକେଲ ଯୋଗେ କେନାଲ ବନ୍ଧ ରାସ୍ତାରେ ଯାଉଥିବା ସମୟରେ କେନାଲର ପୋଲ ଉପରୁ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସି ପଡ଼ିଥିଲେ। ଏବଂ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ରଘୁନାଥପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ବ୍ୟକ୍ତିଙ୍କର ଶବ ଜବତ କରିବା ସହିତ ଜଗତସିଂହପୁର ମେଡିକାଲରେ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ।