ପାକିସ୍ତାନର ଇସଲାମାବାନ ନିକଟରେ ୪.୭ ତିବ୍ରତାର ଭୂକମ୍ପ ଅନୁଭୂତ

ନୂଆ ଦିଲ୍ଲୀ: ଭୂକମ୍ପରେ ଥରିଲା ପାକିସ୍ତାନ । ଆଜି ସକାଳେ ପାକିସ୍ତାନର ଇସଲାମାବାନ ନିକଟରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତିବ୍ରତା ରେକ୍ଟର ସ୍କେଲରେ ୪.୭ ରହିଥିବା କୁହାଯାଉଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଆଜି ସକାଳେ ଇସଲାମାବାଦ ନିକଟରେ ରିଚ୍ଟର ସ୍କେଲରେ ୪.୭ ତିବ୍ରତା ବିଶିଷ୍ଟ ଏକ ଭୂକମ୍ପ ଘଟିଛି। ଏହାର ଗଭୀରତା ୧୯୦ କିଲୋମିଟର ଯାଏଁ ରେକର୍ଡ କରାଯାଇଥିଲା । ବର୍ତ୍ତମାନ ଯାଏଁ କାହା ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ମିଳିନାହିଁ। ଗତ ସପ୍ତାହରେ ମଧ୍ୟ ଶନିବାର ରାତିରେ ପାକିସ୍ତାନର ଅନେକ ସହରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ସମୟ ମଧ୍ୟରେ ରାଜଧାନୀ ଇସଲାମାବାଦ, ଲାହୋର ଏବଂ ପେଶୱାରରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।