ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀରାମ ନବମୀ ଉପଲକ୍ଷେ ହିନ୍ଦୁ ଜାଗରଣ ମଞ୍ଚ ଏଵଂ ଶ୍ରୀରାମ ସମନ୍ନୟ ସମିତି ଆନୁକୁଲ୍ୟରେ ଖୋର୍ଦ୍ଧାରେ ଆୟୋଜିତ ହୋଇ ଯାଇଛି ବିଶାଳ ଶୋଭାଯାତ୍ରା ।
ଜୟ ଶ୍ରୀରାମ ନାରାରେ କମ୍ପୁଛି ସାରା ସହର। ସହରକୁ ତୋରଣ ବାନ୍ଧି ଗେରୁଆମୟ କରିଥିବା ବେଳେ ଏହି ବିଶାଳ ଶୋଭାଯାତ୍ରାରେ ନିଜକୁ ସାମିଲ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଛୁଟି ଆସିଛନ୍ତି ଅନେକ ରାମଭକ୍ତ।
ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ଗ୍ରାମର ମେଳଣ ପଡିଆ ଠାରୁ ଆରମ୍ଭ ହୋଇ ଜରିପୁଟ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ଆଠ କିଲୋ ମିଟର ପର୍ଯ୍ୟନ୍ତ ଚାଲିବ ଏହି ବିଶାଳ ଶୋଭାଯାତ୍ରା ବୋଲି ରହିଛି ସୂଚନା ।