ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଖଣ୍ଡରେ ଆଜି ବିଶାଳ ହିନ୍ଦୁ ସମ୍ମିଳନୀ କରାଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ୧୯୨୫ ମସିହା ବିଜୟା ଦଶମୀରେ ଡକ୍ଟର କେଶବ ବଳିରାମ ହେଡ଼ଗୱାର ପ୍ରଥମେ ଆରମ୍ଭ କରିଥିଲେ ତାହା ଆଜି ୧୦୦ ବର୍ଷ ପୂରଣ ହୋଇ ସାରିଛି । ଛୋଟ ଚାରା ଆଜି ବିରାଟ ବଟ ବୃକ୍ଷରେ ପରିଣତ ହୋଇ ସାରିଛି । ଏହି ଅବସରରେ ଏକ ଶୋଭାଯାତ୍ରା ରେଙ୍ଗାଲି ପରିକ୍ରମା କରିବା ସହିତ ଦୁର୍ଗା ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇଥିଲେ । ଏହି ଅବସରରେ ବକ୍ତା ଙ୍କ ମୁଖ ରୁ ହିନ୍ଦୁ ମାନେ ଆଗକୁ କିଭଳି ନିଶା ମୁକ୍ତ ସମାଜ ଝିଅ ମାନେ ଲଭ ଜିହ୍ୱାଦ ର ବଶୀଭୂତ ନ ହେବେ ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ବକ୍ତା ମାନେ କହିଥିଲେ । ଯଦି ହିନ୍ଦୁ ଏକତ୍ରିତ ନ ହୁଏ ଆଗକୁ ବହୁତ ବଡ଼ ବିପଦ ଅଛି ବୋଲି ମତ ରଖିଥିଲେ ।