ତାମିଲନାଡୁର ତିରୁଭଲ୍ଲୁର ନିକଟରେ ଏକ ମାଲବାହୀ ଟ୍ରେନରେ ଲାଗିଲା ନିଆଁ

ଚେନ୍ନାଇ: ତାମିଲନାଡୁର ତିରୁଭଲ୍ଲୁର ନିକଟରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିବା ପରେ ଆରାକ୍କୋନମ ଏବଂ ଚେନ୍ନାଇ ମଧ୍ୟରେ ଟ୍ରେନ ସେବା ବନ୍ଦ ରହିଛି।  ନିଆଁ ଏତେ ଭୟଙ୍କର ରହିଥିଲା ଆକାଶରେ କେବଳ ଧୂଆଁ ଦେଖାଦେଉଛି  ।

ସୂଚନା ଅନୁଯାୟୀ, ନିଆଁ ମାଲବାହୀ ଟ୍ରେନର ପାଞ୍ଚଟି କୋଚକୁ ବ୍ୟାପିଯାଇଥିଲା। ଯଦିଓ ଏଥିରେ କୌଣସି ଜୀବନହାନି କିମ୍ବା ଆହତ ହେବାର କୌଣସି ଖବର ନାହିଁ। ତଥାପି ଦକ୍ଷିଣ ରେଳବାଇ ଯାତ୍ରୀମାନଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ତେବେ ଏହି ଦୁର୍ଘଟଣାରେ ଅନେକ ଡିଜେଲ ଟ୍ୟାଙ୍କରେ ନିଆଁ ଲାଗିଯାଇଛି ।  ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।  ନିଆଁ ଲିଭାଇବା ପାଇଁ ପ୍ରୟାସ କରାଯାଉଛି ।