ଶ୍ରୀନଗରରେ ଥିବା ଡାଲ ହ୍ରଦ ହାଉସବୋଟରେ ଅଗ୍ନିକାଣ୍ଡ

ନୂଆ ଦିଲ୍ଲୀ: ଜମ୍ମୁ କାଶ୍ମୀର ଶ୍ରୀନଗରରେ ଥିବା ଡାଲ ଲେକରେ ହାଉସବୋଟରେ ଅଗ୍ନିକାଣ୍ଡ । ଶ୍ରୀନଗର ଜିଲ୍ଲାର ଡାଲ ହ୍ରଦରେ ୮ଟି ହାଉସ ବୋଟରେ ନିଆଁ ଲାଗି ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଖବର ପଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା କୁହାଯାଉଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ । ଅଗ୍ନିକାଣ୍ଡରେ କୌଣସି ପର୍ୟ୍ୟଟକ ଆହତ ହୋଇନଥିବା ସ୍ପଷ୍ଟ ହୋଇଛି । ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବା ପରେ ହଠାତ ଏହା ଅନ୍ୟ ହାଉସ ବୋଟକୁ ବ୍ୟାପୀ ଯାଇଥିଲା । ତେବେ ଘଟଣାରେ ଅତିକମରେ ୫ଟି ହାଉସବୋଟ୍ ଏବଂ ୩ଟି କୁଡିଆ ଘର ପୋଡି ପାଉଁଶ ହୋଇଯାଇଛି ।