ରାଜ୍ୟରେ ଗଠନ ହେଲା ଦନ୍ତ ପରିଷଦ

ବ୍ୟୁରୋ:ରାଜ୍ୟରେ ଗଠନ ହେଲା ରାଜ୍ୟ ଦନ୍ତ ପରିଷଦ । ଏହି ପରିଷଦର ସଭାପତି ଭାବେ ଆଗାମୀ ୫ ବର୍ଷପାଇଁ ଦାଇତ୍ୱ ତୁଲାଇବେ ଡିଏମ୍ଇଟି । ଏହି ପରିଷଦରେ ମୋଟ ୧୨ ଜଣ ସଦସ୍ୟ ନିଯୁକ୍ତି ପାଇଛନ୍ତି । ୧୯୪୮ ଦନ୍ତ ଆଇନ ଅନୁଯାୟୀ କାର୍ଯ୍ୟ କରିବ ବୋଲି ସରକାର କହିଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହି ପରିଷଦରେ ଡିଏମ୍ଇଟି ବ୍ୟତିତ ପରିଷଦ ଦ୍ୱାରା ନିର୍ବାଚିତ ସଭାପତି ଓ ଉପସଭାପତି ଏବଂ ଅନାନ୍ୟ ବରିଷ୍ଠ ମେଡିକାଲ୍ କତ୍ତୃପକ୍ଷ ଏଥିରେ ସଦସ୍ୟ ରହିବେ ।