ପଞ୍ଜାବ: ବୃଦ୍ଧଙ୍କୁ ଘୋଷାଡ଼ି ମାରିଲା ଗାଈ । ଏଭଳି ଘଟଣା ଘଟିଛି ପଞ୍ଜାବର ମୋହାଲିରେ। ଜଙ୍ଗଲୀ ଜନ୍ତୁଙ୍କ ପରି ଆତଙ୍କ ସୃଷ୍ଟି କରିଛି ଗାଈ । ପ୍ରାୟ ଶହେ ମିଟର ଘୋଷାଡ଼ି ନେଇ ବୃଦ୍ଧଙ୍କୁ ମାରିଛି ଗାଈ । ତେବେ ବୃଦ୍ଧ ଜଣକ ୮୩ ବର୍ଷିୟ ସରୂପ ସିଂ ବୋଲି ଜଣାପଡିଛି । ଏହି ଭୟଙ୍କର ଘଟଣାର ଚିତ୍ର ସିସିଟିଭିରେ କଏଦ ହୋଇ ଯାଇଥିବା ବେଳେ ତାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ମଚାଉଥିବା ଗାଇଟି ପ୍ରଥମେ ସରୂପ ସିଂଙ୍କ ଘରେ ପଶି ଯାଇଥିଲା। ପରେ ସେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧଜଣକ ତଳେ ପଡ଼ିଯିବାରୁ ସେ ତାଙ୍କୁ ନିଜ ଗୋଡ଼ରେ ଘୋଷାଡ଼ି ଆଣିଥିଲା। ଗାଇଟି ପ୍ରାୟ ଶହେ ମିଟର ପର୍ୟ୍ୟନ୍ତ ବୃଦ୍ଧଙ୍କୁ ଘୋଷାଡ଼ି ଜୋରରେ ଦୌଡ଼ିଥିଲା।