ଉତ୍ତରପ୍ରଦେଶ: ସଂର୍ଘଷର ଅନ୍ୟନାମ ସୂର୍ଯ୍ୟଦେବ । ହିଁ ଦର୍ଶକବନ୍ଧୁ ସୂର୍ଯ୍ୟଦେବ ଜଣେ ଏମିତି ବ୍ୟକ୍ତିତ୍ୱ ଯାହାଙ୍କ ବିଷୟରେ ଜାଣିଲେ ଆପଣ ନିଶ୍ଛିତ ଅନୁପ୍ରାଣିତ ହେବେ । ଘଟଣା ୧୯୬୦ ମସିହାର ।ଉତ୍ତରପ୍ରଦେଶର ବଲିଆର ୧୪ ବର୍ଷର ଛୋଟ ପିଲାଟି । ପାଠ ପଢିବା, ଖେଳିବା ସମୟରେ ପରିବାରର ବୋଝ ପଡ଼ଥିିଲା । ୧୯୬୦ ମସିହାରେ ଘର ଛାଡି ବାହାରିଥିଲେ ସୂର୍ଯ୍ୟଦେବ । ସେବେ ଠାରୁ ଆଉ ଫେରି ଚାହିଁ ନଥିଲେ ସେ । ଜୀବନର କେବେ ନ ହାରିବାର ଶପଥ ଗ୍ରହଣ କରିଥିଲେ ସୂର୍ଯ୍ୟଦେବ । ଚାକିରି ଖୋଜିବା ପାଇଁ ଘର ଠାରୁ କିଛି ଦୂର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ । କିନ୍ତୁ ସେଠାରେ ଖୁବ୍ କମ ସମୟ ପାଇଁ ରହିଥିଲେ ସୂର୍ଯ୍ୟଦେବ । ସମ୍ପକୀୟଙ୍କ ବ୍ୟବହାର ଠିକ ନ ଲାଗିବାରୁ ତାଙ୍କ ଘର ଛାଡି ଅନ୍ୟତ୍ର ଚାଲି ଯାଇଥିଲେ ସେ । ଏଇଠୁ ଆରମ୍ଭ ହୁଏ ସୂର୍ଯ୍ୟଦେବଙ୍କ ସଂର୍ଘଷର କାହାଣୀ ।
ରାତି ଅଧରେ ଘର ଛାଡି ଅସହାୟ ଭାବେ ଚାଲିଥିଲେ ସୂର୍ଯ୍ୟଦେବ । ଚାଲି ଚାଲି ପହଞ୍ଚିଲେ ପୌରାଗଡ ବସ୍ତିରେ । ସେଠାରେ ଏକ ବଙ୍ଗାଳି ପରିବାର ସୂର୍ଯ୍ୟଦେବଙ୍କ ଅବସ୍ଥା ଦେଖ ତାଙ୍କୁ ଏକ ଚାକିରିରେ କରାଇଦେଲେ । କାମ ଥିଲ କୋଇଲା ଖଣିରେ ଶ୍ରମିକଙ୍କ ଉପସ୍ଥିତି ଓ ଅନୁପସ୍ଥିତିର ହିସାବ ରଖିବା । ସେଥିରୁ ଯାହା ଦରମା ମିଳେ କିଛି ନିଜ ପାଇଁ ରଖି ଅବଶିଷ୍ଟ ଘରକୁ ପଠାଉଥିଲେ । ସମୟକ୍ରମେ ବହୁ ଶକ୍ତିର ଅଧିକାରୀ ହେଲେ । ଏବଂ ଜଣେ ପହିଲବାନ୍ ରୂପେ ଖୁବ୍ ନାମ କମାଇଥିଲେ । ଏହା ପରେ ତାଙ୍କ ଜୀବନରେ ଖୁସି ଫେରିଥିଲା । ୨୭ ବର୍ଷ ବୟସରେ କୁନ୍ତିଙ୍କୁ ବିବାହ କରିଥିଲେ ସୂର୍ଯ୍ୟଦେବ । ବିବାହ ପରେ ପତ୍ନୀ କୁନ୍ତି ଏବଂ ତିନି ସାନ ଭାଇଙ୍କୁ ନେଇ ଧନବାନ ରହିବାକୁ ଲାଗିଲେ । ହେଲେ ହଠାତ୍ ସେ କାମ କରିଥିବା କୋଇଲା ଖଣିରେ ଶ୍ରମିକମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଲା । ଅତ୍ୟାଚାର ବିରୁଦ୍ଧରେ କାହାର ମୁହଁ ଖୋଲିବାର ସାହାସ ନଥିଲା । ହେଲେ ନିଜ ଜୀବନକ୍ୁ ଖାତିର ନ କରି ଶ୍ରମିକଙ୍କ ପାଇଁ ଆନ୍ଦୋଳନ କରିଥିଲେ ଏବଂ ବିଜୟୀ ହୋଇ ନ୍ୟାୟ ଦାତା ସାଜିଥିଲେ । ସେବେଠାରୁ ଶ୍ରମିକଙ୍କ ଆଖିରେ ଦେବତା ପାଲଟି ଯାଇଥିଲେ ସୂର୍ଯ୍ୟଦେବ । ଏହା ସହ ସାରା ସହରରେ ଖବ୍ ଚର୍ଚ୍ଚାର ନାମ ପାଲଟି ଗଲେ ସୂର୍ଯ୍ୟଦେବ ।
ସେହି ସମୟରେ ଦେଶର ପରିସ୍ଥିତି ଖୁବ୍ ଗମ୍ଭୀର ଥାଏ; ଯାହାକୁ ନେଇ ଖୁବ୍ ତାନାସାହି ବିରୋଦ୍ଧରେ ଯୁଦ୍ଧ ଚାଲିଥିଲା । ସେହି ଯୁଦ୍ଧରେ ଏମିତି ଏକ ଭୂମିକା ଗ୍ରହଣ କଲେ ଯାହା ଦ୍ୱାରା ଜୟପ୍ରକାଶ ନାରାୟଣ ଏବଂ ଚନ୍ଦ୍ର ଶେଖର ସିଂ ଭଳି ବଡ ରାଜନେତାଙ୍କ ନଜରରେ ଆସିଥିଲେ ସୂର୍ଯ୍ୟଦେବ । ଏଇଠୁ ଆରମ୍ଭ ହେଲା ସୂର୍ଯ୍ୟଦେବଙ୍କ ରାଜନୈତିକ କ୍ୟାରିୟର । ୧୯୭୭ ମସିହାରେ ଜନତା ପାଟିରୁ ଟିକେଟ ପାଇ ଝରିଆରୁ ବିଧାୟକ ପଦ ପାଇଁ ଲଢିଥିଲେ । ଏବଂ ତାଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବିଧାୟକ ହୋଇ ରହିଥିଲେ । ଗରିବ, ଶ୍ରମିକ ଠାରୁ ଆରମ୍ଭ କରି ସମସ୍ତଙ୍କୁ ସାହାର୍ଯ୍ୟ କରି ଜଣେ ମସିହା ପାଲଟି ଯାଇଥିଲେ ସୂର୍ଯ୍ୟଦେବ । ୧୫ ଜୁନ୍ ୧୯୯୧ ମସିହାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସୂର୍ଯ୍ୟଦେବ । ଏହା ପରେ ଶ୍ରମିକ ତାଙ୍କର ନେତାଙ୍କୁ ହରାଇ ଦୁଃଖରେ ବୁଡି ଯାଇଥିଲା ।
ଏହା ପରେ ସୂର୍ଯ୍ୟଦେବଙ୍କ ବଡ ପୁତ୍ର ରାଜିବ ରଞ୍ଜନ ସିଂ ସମସ୍ତ ଦାୟୀତ୍ୱ ସମ୍ଭାଳି ଥିଲେ । ସୂର୍ଯ୍ୟଦେବଙ୍କ ପରି ସମସ୍ତଙ୍କ ଦୁଃଖ ସୁ୍ଖର ସାଥି ଥିଲେ ରାଜିବ । ହଠାତ୍ ରାଜିବଙ୍କ ମୃତ୍ୟୁ ହୋଇଗଲା । ଏହା ପରେ ଜନତାଙ୍କ ଦୁଃଖ ଦୂର କରିବା ପାଇ ସୂର୍ଯ୍ୟଦେବଙ୍କ ପତ୍ନୀ କୁନ୍ତି ଦେବୀ ୨୦୦୫ରେ ଶର୍ତ୍ତାକୁ ଆସି ସବୁକିଛି ସମ୍ଭାଳି ଥିଲେ । ୨୦୧୪ରେ ସୂର୍ଯ୍ୟ ଦେବଙ୍କ ଦ୍ୱି୍ତୀୟ ପୁତ୍ର ସଂଞ୍ଜିବ ନିର୍ବାଚନ ଲଢିଥିଲେ ।କିନ୍ତୁ ବିରୋଧୀଙ୍କ ଶଡଯନ୍ତ୍ରର ଶିକାର ହେଲେ ସଂଞ୍ଜିବ । ଏକ ହତ୍ୟା ମମଲାରେ ତାଙ୍କୁ ଫସାଇ ଦିଆଗଲା । ଏହା ପରେ ଦୁର୍ଯ୍ୟଦେବଙ୍କ ସାନ ପୁଅ ସିର୍ଦ୍ଧାତ ସିଂ ସମ୍ଭାଳିଛନ୍ତି ।ଯିଏ ମନିଷ ଗୌତମ ନାମରେ ବେଶ୍ ପରିଚିତ ।
ଦର୍ଶକବନ୍ଧୁ ଏ ଥିଲା ସୂର୍ଯ୍ୟଦେବଙ୍କ ଜୀବନ କାହାଣୀ । ଯାହାଙ୍କ ପାଖରେ ଦିନେ କିଛି ନଥିଲା ସେ ଦିନେ ସର୍ବଶକ୍ତିର ଅଧିକାରୀ ହୋଇ ପାରିଲେ । ସେଥିପାଇଁ କୁହାଯାଏ “କୋଶିସ କରନେବାଲୋ କି କିଭି ହାର ନେହିଁ ହୋତି” । ଏହାର ଜଳନ୍ତ ଉଦାହରଣ ହେଉଛନ୍ତି ସୂର୍ଯ୍ୟଦେବ । ତେବେ ଦଶକବନ୍ଧୁ ଜୀବନରେ ଯେତେ କଷ୍ଟ ଆସୁ ଯଦି ଆପଣ ଚେଷ୍ଟା କରିବେ; ତେବେ ସଫଳତା ନିଶ୍ଚତ ମିଳିବ ।