ନାଗାବଳୀ ଏକ୍ସପ୍ରେସର ଏକ କୋଚ୍ ଲାଇନଚ୍ୟୁତ

ବ୍ୟୁରୋ- ପୁଣି ଲାଇନଚ୍ୟୁତ ହେଲା ଆଉ ଏକ ଏକ୍ସପ୍ରେସ ଟ୍ରେନ । ବିଜୟନଗରମ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ନାନ୍ଦେଡରୁ ସମ୍ବଲପୁର ଯାଉଥିବା ନାଗାବଳୀ ଏକ୍ସପ୍ରେସ । ଟ୍ରେନର ପଛପଟେ ଥିବା ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ଏକ୍ସପ୍ରେସ ଟ୍ରେନଟି ବିଜୟନଗରମ୍ ଷ୍ଟେସନ ଛାଡିବା ପରେ ପରେ ହିଁ ଦୁର୍ଘଟଣାର ଶିକାର ହୋଇଥିଲା ।

ତେବେ ୧୧ଟା ରୁ ୧୨ ଭିତରେ ଏହି ଦୁର୍ଘଟଣା ହୋଇଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନି କିମ୍ବା କୌଣସି ମୃତାହତ ହୋଇନି । ଲାଇନଚ୍ୟୁତ ପରେ ପରେ ଘଟଣାସ୍ଥଳରେ ରେଲୱେ ଅଧିକାରୀମାନେ ପହଞ୍ଚି ତୁରନ୍ତ ଟ୍ରାକକୁ ସଜାଡିବା ପରେ ବିନା କୌଣସି ବାଧାରେ ଟ୍ରେନ ପୁଣିଥରେ ଯାତ୍ରା ଆରମ୍ଭ କରିଥିଲା । ଯଦିଓ ଟ୍ରେନ ବିଳମ୍ବ ଯାତ୍ରା କରିଥିଲେ ବି ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।