ବାଇକକୁ ପଛପଟୁ ଧକ୍କା ଦେଲା କାର । 57 ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ହରେକୃଷ୍ଣପୁର ଠାରେ ଗତକାଲି ବିଳମ୍ବିତ ରାତିରେ ରେ ଘଟିଛି ଏଭଳି ଦୁର୍ଘଟଣା! ଦୁର୍ଘଟଣା ରେ ବାଇକ ଚାଳକ ଗୁରୁତର! ଗୁରୁତର ବ୍ୟକ୍ତି ଡିମିରିଝୁଲି ଗ୍ରାମର ମାଧବ ବେହେରା ଅବସ୍ଥା ଶଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତ୍ରରିତ ହୋଇଛି । ଏପଟେ ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ରଖି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ । ରାତିରେ ଉତେଜନା ପ୍ରକାଶ ପାଇବାରୁ ଜାତୀୟ ରାଜପଥ ଉଭୟ ପାର୍ଶ୍ଵରେ 2 ଘଣ୍ଟା ଧରି ଶହଶହ ଜାନବାହାନ ଅଟକି ରହିଥିଲା । ପରିସ୍ଥିତି ଅଣାୟତ ହେବାରୁ ବୌଦ୍ଧ ପୋଲିସ କର୍ମଚାରୀ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ପରେ ଜାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।