ମାଲକାନାଗିରି: ଟିଫିନ କଥା କହିଲେ ମନକୁ ଆସେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ କଥା । କିନ୍ତୁ ଏହି ଟିଫିନରେ ବୋମା ବି ରହିପାରେ!!! ଏଭଳି ଘଟଣା ଘଟିଛି ମାଲକାନାଗିରି ଜିଲ୍ଲା ସୀମାନ୍ତ କୁରସୁନାରରେ । ଆଇଟିବିପି ଜବାନମାନଙ୍କ ତରଫରୁ ହୋଇଥିବା ସର୍ଚ୍ଚ ଅପରେସନରେ ଏଭଳି ଏକ ଟିଫିନ ବୋମା ଜବତ ହୋଇଛି । ଏହାର ଓଜନ ପ୍ରାୟ ପାଞ୍ଚ କିଲୋଗ୍ରାମ ହେବ ବୋଲି ଅନୁମାନ କରାଯାଉଛି । ତେବେ ଯବାନମାନଙ୍କ ଉଚିତ ସମୟରେ ଉଚିତ୍୍ ପଦକ୍ଷେପ ହିଁ ଏଭଳି ଏକ ବଡ ବିପଦକୁ ଏଡାଇ ପାରିଛି । ରାସ୍ତାକଡରେ ଏହି ଲ୍ୟାଣ୍ଡମାଇନ ବିଛାଇ ନକ୍ସଲ ସୁରକ୍ଷାକର୍ମୀଙ୍କ ବିରୁଦ୍ଧରେ ଏକ ଚକ୍ରବିହ୍ୱ ରଚିଥିଲେ ନକ୍ସଲ । ଛତିଶଗଡର ନାରାୟଣପୁର ସମେତ ମିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ପାଇଁ ନକ୍ସଲ ବିଛାଇଥିଲେ ମୃତ୍ୟୁର ଜାଲ । କିନ୍ତୁ ବୋମାକୁ ନିଷ୍କ୍ରିୟ କରିବା ସହ ଶତୃର ଯୋଜନାକୁ ସମ୍ପୂର୍ଣ ପଣ୍ଡ କରିଛନ୍ତି ଆଇଟିବିପି ଯବାନ ।