(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ପିଙ୍ଗର ଶେପରେ କଟା ଯାଇଥିବା ପନିର , ବଟା ଅଦା , ବଟା ରସୁଣ ,ଲେମ୍ବୁ , ମଇଦା , ବେସନ , ଲଙ୍କା ଗୁଣ୍ଡ, ଗରମ ମସଲା , ଜୁଆଣୀ , ଲୁଣ ଏବଂ ଗୋଲମରିଚି ଗୁଣ୍ଡ , ବ୍ରେଡ଼ ଗୁଣ୍ଡ ଓ ତେଲ ।
ପ୍ରସ୍ତୁତି ପ୍ରଣାଳୀ: ପନିରକୁ ଏକ ପ୍ଲେଟରେ ରଖନ୍ତୁ । ବଟା ଅଦା ରସୁଣରେ ଲେମ୍ବୁ ଚିପୁଡ଼ି ପନିରକୁ ଗୋଳାନ୍ତୁ । ଏହାକୁ ୧୫ ମିନିଟ ଯାଏ ମାରିନେଟ କରି ଫ୍ରିଜରେ ରଖନ୍ତୁ । ଅନ୍ୟ ଏକ ପାତ୍ରରେ ମଇଦା , ରୋଷ୍ଟେନ ବେସନ, ଜୁଆଣି , ଲଙ୍କା ଗୁଣ୍ଡ , ଗରମ ମସଲା ଏବଂ ଲୁଣ ମିଶାନ୍ତୁ । ଏଥିରେ ଅଳ୍ପ ପାଣି ମିଶାଇ ଗାଢ ଘୋଳା ତିଆରି କରନ୍ତୁ । ଏହି ଘୋଳରେ ପନିର ପିଙ୍ଗର ସବୁ ବୁଡ଼ାନ୍ତୁ । ଏହାପରେ ସେଥିରେ ବ୍ରେଡ଼ ଗୁଣ୍ଡ ଏପଟ ସେପଟ କରନ୍ତୁ । କୋଟିଂ କରିବା ପରେ ପନିରକୁ ଗରମ ତେଲରେ ଗୋଲ୍ଡେନ ବ୍ରାଉନ ହେବା ଯାଏ ଛାଣନ୍ତୁ । କଡ଼େଇରୁ ପନିର ପିଙ୍ଗରସ ବାହାର କରି ଟିସୁ ପେପରରେ ରଖନ୍ତୁ । ଯାହାଫଳରେ ଅତିରିକ୍ତ ତେଲ ବାହାରିଯିବ । ଏହାକୁ ମିଠା ଚଟଣି ସହିତ ଗରମ ଗରମ ପରଷନ୍ତୁ ।