(ସାଲେପୁର / ତାରାକାନ୍ତ ନାୟକ ): କଟକଜିଲ୍ଲା ସାଲେପୁର ରେ ଆଜି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟନାୟକ ,ଅଖିଳ ଭାରତୀୟ ସଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ କେନ୍ଦ୍ରାପଡା ସାଂସଦପ୍ରାର୍ଥୀ ଧରଣୀଧର ନାୟକ,ସାଲେପୁର ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର କର, ମାହାଙ୍ଗା ବିଧାୟକ ପ୍ରାର୍ଥୀ ଦେବ ସାହୁ ଆଜି ପ୍ରଥମେ ଶିଶୁଆ ଡ଼ାକ ବଙ୍ଗଳା ଆସି ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟା ଅର୍ପଣ କରିଥିଲେ।ପରେ ସେଠାରୁ ବାହାରି ସାଲେପୁର ବ୍ଲକ୍ ଆସି ସେଠାରେ ଥିବା ଗାନ୍ଧୀ,ଓ ମଧୁବାବୁଙ୍କପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟା ଅର୍ପଣ ପରେ ସାଲେପୁର ବଜାର ସ୍ଥିତ ମଧୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।ପରେ ସାଲେପୁର ଲୁଣାହାର ଗ୍ରାମର ଶୁକଦେବ ସେଠୀ ଓ ସସ୍ମିତା ସେଠୀ ଙ୍କ ଘରେ ପହଞ୍ଚି ସେଠାରେ ମଧ୍ୟନ୍ନଭୋଜନ କରିଥିଲେ। ତାଙ୍କ ସହିତ ବୁଟୁ କର, ଲୋକନାଥ ବେହେରା,ସିବୁ ବେହେରା,ବିଶ୍ବଜିତ ଭୂୟାଁ,ବିଜ୍ଞାନ ଭୂୟାଁ,ପ୍ରତାପ ଚନ୍ଦ୍ର ଭୂୟାଁ,କ୍ଷୀରୋଦ ଚନ୍ଦ୍ର ଦାଶ, କୃଷ୍ଣ ଚନ୍ଦ୍ର ଜେନା,ଗୋପବନ୍ଧୁ ଭୋଇ,ତାଙ୍କ ସହିତ ସାଲେପୁର ର ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ।ପରିଶେଷରେ ସାଲେପୁର ରୁ ବାହାରି ମାହାଙ୍ଗା ବ୍ଲକ୍ ଅଭିମୁଖେ ବାହାରି ଥିଲେ ।