ପୁରୀରେ ଖୋଲା ଖୋଲି ଫୁଟୁଛି ଗୁଳି

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ ): ପୁରୀରେ ବେଫିକର ବନ୍ଧୁକ ଚାଳନା । ନିକଟରେ ଯୁବକ ମାନେ ଖୋଲାରେ ଗୁଳି ଫୁଟାଇ ବେଶ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ଏକ ଷ୍ଟେଜ୍ ସୋରେ ଖୋଲାଖୋଲି ଗୁଳି ଫୁଟିବା ଘଟଣାପରେ ଏବେ ପୁଣି ଥରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ପୋଲିସ କାର୍ଯ୍ୟନୁଷ୍ଠାନ ନେବା ବଦଳରେ ଚୁପ କାହିଁକି । ପୁରୀ ଭଳି ସହରରେ ଏଭଳି ଘଟଣା ଘଟିବା ପରେ ଏବେ ପୋଲିସ ପଣିଆକୁ ନେଇ ଉଠିଛି ପ୍ରଶ୍ନ । ଗତ କିଛି ଦିନ ତଳେ ହୋଇଥିବା ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟ ବ୍ୟକ୍ତିଙ୍କର ବିଜେଡି ଲିଙ୍କ ଗୁମର ଖୋଲିଛି । ତେବେ ପୁଣିଥରେ ଏଭଳି ଘଟଣାକୁ ନେଇ ଏବେ ପୁରୀର ଆଇନଶୃଙ୍ଖଳା ସ୍ଥିତି କେତେ ସୁଦୃଢ ତାହା ଜଣାପଡୁଛି ।